ନୂଆଦିଲ୍ଲୀ: BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ସୋମବାର ଜଣେ ମହିଳାଙ୍କୁ ହସ୍ପିଟାଲରୁ ଗିରଫ କରିଛି।
ରବିବାର ଅପରାହ୍ନରେ ଧୌଲା କୁଆଁରେ ଏହି ଘଟଣା ଘଟିଥିଲା।ଯେତେବେଳେ ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ନବଜୋତ ସିଂହ (୫୬) ତାଙ୍କ ପତ୍ନୀ ସନ୍ଦୀପ କୌର (୫୪) କେନ୍ଦ୍ରୀୟ ଦିଲ୍ଲୀର ବଙ୍ଗଳା ସାହିବ ଗୁରୁଦ୍ୱାରରୁ ହରି ନଗରରେ ଘରକୁ ଫେରୁଥିଲେ। “ସେମାନେ ଏକ ବାଇକରେ ଯାଉଥିବା ବେଳେ କାର ଧକ୍କା ଦେଇଥିଲା। ଫଳରେ ସେମାନେ ଆସୁଥିବା ଏକ ବସ୍ ତଳେ ପଡ଼ିଯାଇଥିଲେ।
ପରେ ଦୁହିଁଙ୍କୁ କାର ଚାଳକ ହସ୍ପିଟାଲ୍ ନେଇଥିବା ବେଳେ ନବଜୋତଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ତାଙ୍କ ପତ୍ନୀ ଆହତ ଥିବା ନେଇ ଡାକ୍ତର ପ୍ରକାଶ କରିଥିଲେ।
ପରେ ପୋଲିସ ତଦନ୍ତ କରି ହରିୟାଣାର ଗୁରୁଗ୍ରାମ ନିବାସୀ ପରିକ୍ଷିତ ମକ୍କରଙ୍କ ପତ୍ନୀ ଗଗନଦୀପ କୌର (୩୮ ବର୍ଷ)ଙ୍କୁ ଗିରଫ କରାଯାଇଥିଲା। ଯିଏକି BMW କାର ଚଳାଉଥିଲେ।
Comments are closed.