Latest Odisha News

BREAKING NEWS

ନୂଆ ମୋଟର ଯାନ ଆଇନ’ ଲାଗୁ ହୋଇନଥିବା ରାଜ୍ୟରେ ଜାରି ହେବ ରାଷ୍ଟ୍ରପତି ଶାସନ !

ନୂଆଦିଲ୍ଲୀ: ନୂଆ ମୋଟର ଯାନ( ସଂଶୋଧନ) ଆଇନ-୨୦୧୯ ଅନୁସାରେ ଜୋରିମାନା ଆଦାୟ କରୁନଥିବା ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଜୋରିମାନ ରାଶି କମ୍ କରିଥିବା ରାଜ୍ୟ ଗୁଡିକୁ ସ୍ପଷ୍ଟ କରିଛି ଯେ, କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରିବାର ଅଧିକାର ସେମାନଙ୍କର ନାହିଁ ।

ତେବେ କେନ୍ଦ୍ରସରକାରଙ୍କ ଏହି ନିୟମକୁ ଅବମାନନା କରୁଥିବା ରାଜ୍ୟ ମଧ୍ୟରେ ରହିଛି  ଉତ୍ତରାଖଣ୍ଡ, ଗୁଜରଟ୍, କର୍ଣ୍ଣାଟକ, ଆସାମ, ଝାରଖଣ୍ଡ, କେରଳ ଓ ମଣିପୁର। ଏହି ରାଜ୍ୟଗୁଡ଼ିକୁ ଏହି ସମ୍ବନ୍ଧରେ ସୋମବାର ଦିନ କେନ୍ଦ୍ର ପକ୍ଷରୁ ନୋଟିସ୍ ପଠାଇ ଦିଆଯାଇଛି।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରି କମ ଜୋରମାନା ଆଦାୟ କରୁଥିବା ରାଜ୍ୟଗୁଡ଼ିକରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରେ।

ଯଦି କୌଣସି ରାଜ୍ୟ ଏହାର ପାଳନ କରୁନାହାନ୍ତି ସେମାନେ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅଧିନକୁ ଆସି ପାରନ୍ତି। ଏହି ଆଧାରରେ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରେ।

Comments are closed.