ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ଏବେ ସମ୍ପୂର୍ଣ୍ଣ ଏକୁଟିଆ । ସେ ମାନସିକ ସ୍ତରରେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ ହେଲେଣି । ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ପ୍ରେମ କରିବା ପରେ ବିବାହ କରିଥିଲେ । ୧୧ ବର୍ଷ ବୈବାହିକ ଜୀବନ ପରେ ଏହି ବିବାହ ଭାଙ୍ଗି ଯାଇଥିଲା । ଉଭୟ ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ତେବେ ସେମାନେ ଝିଅ ରାଧ୍ୟା ଓ ମିରାୟଙ୍କ ପାଳନ ପୋଷଣରେ କୌଣସି ତ୍ରୁଟି କରୁ ନାହାନ୍ତି । ନିକଟରେ ଭରତ ତାଙ୍କ ନୂତନ ପ୍ରେମ ସମ୍ପର୍କ ନେଇ ଖୁଲାସା କରିଥିଲେ । ମେଘନା ଲଖାନୀ ତଲରେଜାଙ୍କ ସହ ଫଟୋ ଶେୟାର କରି ସେ ଲେଖିଛନ୍ତି ଯେ, ମୋ ପରିବାରକୁ ଆପଣଙ୍କୁ ସ୍ୱାଗତ ।
ଏକ ସାକ୍ଷାତକାରରେ ଈଶା କହିଛନ୍ତି ମୁଁ ଏବେ ସମ୍ପୂର୍ଣ୍ଣ ଏକୁଟିଆ । ପୂନର୍ବାରେ ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ ଅଛି । ମୁଁ ସର୍ବଦା ପ୍ରେମ ଉପରେ ବିଶ୍ୱାସ ରଖେ । ଜୀବନ ପାଇଁ ପ୍ରେମ ଜରୁରୀ ବୋଲି ସେ କହିଛନ୍ତି । ଈଶା ଏବେ ବି ତାଙ୍କ ଦୁଇ ଝିଅଙ୍କୁ ବହୁତ ଭଲ ପାଆନ୍ତି । ସେମାନଙ୍କ ସହ ଅଧିକରୁ ଅଧିକ ସମୟ କାଟିଥାନ୍ତି । ମୋ ମାଆ ହେମା ମାଳିନୀଙ୍କ ନୃତ୍ୟକୁ ଝିଅମାନେ ବେଶ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । ଈଶା ଆଗକୁ କାହା ପ୍ରେମରେ ପଡୁଛନ୍ତି ତାହା ଦେଖିବା କଥା ।
Comments are closed.