ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ କଲରାପତରିଆ ବାଘ ସହ ଲଢେଇରେ ଏକ ଚିତାବାଘ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଏହି ଚିତାବଘକୁ ୨୦୨୨ ମସିହାରେ ଆଫ୍ରିକାରୁ କୁନୋକୁ ଅଣାଯାଇଥିଲା।
ତେବେ ଅଧିକାରୀମାନେ ସୋମବାର ସନ୍ଧ୍ୟା ସମୟରେ ଏହି ସୂଚନା ପାଇଥିବା ନେଇ କୁନୋ ଜାତୀୟ ଉଦ୍ୟାନର କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି। ମୃତ୍ୟୁବରଣ କରିଥିବା ଚିତା ଜ୍ୱାଲା ନାମକ ନାମିବିଆନ ଚିତାର ଚାରିଟି ଉପ-ପ୍ରାପ୍ତବୟସ୍କ ଶାବକ ମଧ୍ୟରୁ ଗୋଟିଏ ଥିଲା। ଏହି ବାଘଟି ମାସେ ପୂର୍ବରୁ ତା ମାଆଠାରୁ ଏବଂ କିଛି ଦିନ ପୂର୍ବରୁ ଭାଇଭଉଣୀ ଠାରୁ ଅଲଗା ହୋଇଥିଲା।
ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଉତ୍ତମ ଶର୍ମାଙ୍କ ଅନୁଯାୟୀ ବର୍ତ୍ତମାନ୍ କୁନୋରେ ୨୫ଟି ଚିତାବାଘ ଅଛି। ଯେଉଁଥିରେ ନଅ ବୟସ୍କ ଅର୍ଥାତ୍ ଛଅଟି ମାଈ ଏବଂ ତିନୋଟି ଅଣ୍ଡିରା ଥିବାବେଳେ ୧୬ଟି ଭାରତୀୟ ଜନ୍ମିତ ଚିତାବାଘ ଅଛନ୍ତି।
Comments are closed.