Latest Odisha News

BREAKING NEWS

Fake Certificate Case: ଜାଲ ସାର୍ଟିଫିକେଟରୁ ଚାକିରି କରିବା ମାମଲା: ଆଉ ଜଣକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୨୬କୁ ବୃଦ୍ଧି

ବଲାଙ୍ଗୀର: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲା। ପୁଣି ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କୁଣ୍ଡାବନ୍ଧ ଗାଁର ମଳୟ ଭୋଇ। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।

ନକଲି ଶିକ୍ଷାଗତ ସାର୍ଟିଫିକେଟ କିଣି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆବେଦନ କରିଥିଲେ ଅଭିଯୁକ୍ତ ମଳୟ। ଏନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିକାଶ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି। ମଳୟ ଭୋଇ ତାଠାରୁ କ୍ରାଇମବ୍ରାଞ୍ଚ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ଗତକାଲି କ୍ରାଇମବ୍ରାଞ୍ଚ ଟିମ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଁଚି ତଦନ୍ତ କରିଥିଲା। ସେଠାରେ ବେଳପଡା ଅଞ୍ଚଳର କିଛି ଜାଲ୍‌ ସାର୍ଟିଫିକେଟ ଧାରୀଙ୍କ ତଥ୍ୟ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ଠାରୁ ନେଇ ଯାଞ୍ଚ କରିଥିଲେ। ତେବେ ଜାଲ୍‌ ସାର୍ଟିଫିକେଟ ମାମଲାରେ ଏଯାଏଁ ଜିଲ୍ଲାର ସର୍ବମୋଟ ୨୬ ଜଣ ଗିରଫ ହୋଇଥିବା ବେଳେ ଏହି ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି।

Comments are closed.