Latest Odisha News

BREAKING NEWS

Odisha Vigilance: ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି।

ରେଞ୍ଜର ଅନ୍ତରଯ୍ୟାମୀ ସାହୁ ଦୁର୍ନୀତି କରିବା ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ସକାଳୁ ସକାଳୁ ଚଢ଼ାଉ ଆରମ୍ଭ କରିଛି। ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ

କାଶୀପୁର ସରକାରୀ କାର୍ଯ୍ୟାଳୟ, ବାସଭବନ, ପୈତୃକ ବାସଭବନ ଦାରିଙ୍ଗବାଡି,କନ୍ଧମାଳ ଜିଲ୍ଲାର ବାଲିଗୁଡା ବାସଭବନ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି। ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୧୩ ଜଣିଆ ଟିମ୍ ରେଡରେ ସାମିଲ ଥିବା ଜଣାପଡ଼ିଛି। ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ ଅଛନ୍ତି।

Comments are closed.