Latest Odisha News

BREAKING NEWS

ଫାଶୀ ଖୁଣ୍ଟରେ ୪ ଜଣ ଦୋଷୀଙ୍କୁ ଝୁଲାଇବାକୁ ମୁଁ ପ୍ରସ୍ତୁତ; କହିଲେ ଜହ୍ଲାଦ ପବନ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦଣ୍ଡରେ ଦଣ୍ଡିିତ କରାଯିବ । ସେହିଦିନ ସକାଳ ୭ଟା ସମୟରେ ଦିଲ୍ଲୀର ତିିହାର ଜେଲ ପରିସରରେ ଥିବା ଫାଶିଖୁଣ୍ଟରେ ଝୁଲାଇ ଦିଆଯିବ । ମୀରଟ ଜେଲରେ ଜହ୍ଲାଦ ଭାବେ କାର୍ଯ୍ୟ କରିଥିବା ପବନ ଜହ୍ଲାଦ ଫାଶି ଖୁଣ୍ଟରେ ଚଢାଇବା ନିଶ୍ଚିତ ବୋଲି ସୂତ୍ରରୁ ଜଣାପଡ଼ିଛି ।

ପୂର୍ବରୁ ଅନେକ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଚଢାଇଥିବା ପବନ ଜହ୍ଲାଦ ଏଏନଆଇ ଗଣମାଧ୍ୟମରେ କହିଛନ୍ତି ଯେ, ସେ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସମସ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତତ ରହିଛନ୍ତି ।

ପବନ ମିରଟ ଜେଲରେ ଗତ ତିନି ପୁରୁଷ ଧରି ଏହି ଜହ୍ଲାଦ କାର୍ଯ୍ୟ କରିଆସୁଛନ୍ତି । ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦେଲେ କ’ଣ ଏହି ଅପରାଧ କ’ଣ ହ୍ରାସ ପାଇଯିବ ବୋଲି ଜଣେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ପବନ ଉତ୍ତର ଦେଇ କହିଛନ୍ତି ଯେ, ଏପରି ଘୃଣ୍ୟ ତଥା ପାଶବିକ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଚଢାଇଦେଲେ ଦେଶର ୧୩୦ କୋଟି ଲୋକଙ୍କୁ ଏହା କିଛି ମାତ୍ରାରେ ଖୁସି କରିବ ।

ନିର୍ଭୟା ସହିତ ଏହି ପାଷଣ୍ଡମାନେ ଯେପରି ଭାବେ ଦୁଷ୍କର୍ମ କରିଛନ୍ତି ଏମାନଙ୍କୁ ନିଶ୍ଚିତ ଭାବେ ଫାଶି ଖୁଣ୍ଟରେ ଝୁଲାଇ ଦିଆଯିବା ଉଚିତ୍ ।

Comments are closed.