କୋରାପୁଟ: କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ଆଜି ୧୨୫ଟି ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଡିଏଭି ମହାବିଦ୍ୟାଳୟ ପଡିଆରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଲିଖିତ ପରୀକ୍ଷା । ଗ୍ରାଜୁଏଟ ଆଉ ପୋଷ୍ଟ ଗ୍ରାଜୁଏଟ କରିଥିବା ଯୁବକ ଯୁବତୀ ୧୨୫ଟି ପଦବୀ ପୁରଣ ପାଇଁ ୭୨୧୮ ଜଣ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫୬୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।
ଲିଖିତ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇ ଯାଇଥିବା ବେଳେ ସରକାରୀ ଚାକିରୀ ଟିଏ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଉଚ୍ଚ ହେଲେବି ଅନେକ ପରୀକ୍ଷାର୍ଥୀ ଖୁସିରେ ପରୀକ୍ଷା ଦେଇଛନ୍ତି ।
ଅନ୍ୟପଟେ କୋରାପୁଟ ଏସପି ରୋହିତ ବର୍ମା ପରୀକ୍ଷାରେ ଉଚ୍ଚ ଶିକ୍ଷାତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ହୋମଗାର୍ଡ ଭଳି ପଦବୀ ପାଇଁ ଭଲ ଉଚ୍ଚ ଶିକ୍ଷିତ ପ୍ରାର୍ଥି ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି ।
Comments are closed.