ଦୁବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ୨୦୨୫ ଅବସରରେ ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ଭାରତ ବୋଲର ହୋଇଛନ୍ତି । ସେ ୧୧୮ ମ୍ୟାଚରେ ୯୭ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଚହଲ ୮୦ ମ୍ୟାଚରେ ୯୬ ୱିକେଟ ନେଇ ଆଗରେ ରହିଥିଲେ । ୨୦୨୩ ପରଠାରୁ ଚହଲ ଆଉ ଭାରତ ପକ୍ଷରୁ ମ୍ୟାଚ ଖେଳି ନାହାନ୍ତି । ତେବେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ଅର୍ଶଦୀପ ସିଂ ନେଇଛନ୍ତି । ସେ ୬୪ ମ୍ୟାଚରେ ୧୦୦ ୱିକେଟ ଅକ୍ତିଆର କରିଛନ୍ତି । ଏହି ତାଲିକାରେ ଯଶପ୍ରୀତ ବୁମରାହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ୭୩ ମ୍ୟାଚରେ ୯୨ ୱିକେଟ ନେଇଛନ୍ତି ।
ହାର୍ଦ୍ଦିକ ଟି୨୦ ଏସିଆ କପରେ ସଂଯୁକ୍ତ ଭାବେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ରଶିଦ ଖାଁ, ୱାନିନ୍ଦୁ ହସରଙ୍ଗା ଓ ହାର୍ଦ୍ଦିକ ମିଳିତ ଭାବେ ୧୪ ଲେଖାଏଁ ୱିକେଟ ନେଇଛନ୍ତି । ଏସିଆ କପରେ ଭାରତ ଲିଗ ପର୍ଯ୍ୟାୟରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ସୁପର ଫୋର ମୁକାବିଲାରେ ଭାରତ ବିପକ୍ଷରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୧ ରନ ସଂଗ୍ରହ କରିଛି ।
Comments are closed.