Latest Odisha News

BREAKING NEWS

ବର୍ଷେ ୩ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏତିକି…

ଭୁବନେଶ୍ବର: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି ଯେ, ବର୍ଷେ ୩ ମାସ ମଧ୍ୟରେ ୧୯୯ ଜଣ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ସେହିପରି, ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା। ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲାର ତଦନ୍ତ ଜାରି ରହିଛି । ୨୦୨୪ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ଭିଜିଲାନ୍ସ ବିଭାଗ ୭୭ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି । ମୋଟ୍ ୨୦୨.୫୮ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପରି ଜବତ କରିଛି ଭିଜିଲାନ୍ସ ।

ଉକ୍ତ ଆୟ ବହିର୍ଭୂତ ସମ୍ପଭି ମଧ୍ୟରୁ ନଗଦ ରାଶି ୮.୩୮କୋଟି ଟଙ୍କା, ୨୧୮ ଗୋଟି ଫ୍ଲାଟ, ୭୭୫ ଗୋଟି ପ୍ଲଟ, ୧୬ ଟି ସୁନା ବିସ୍କୁଟ ସହିତ ମୋଟ ୨୫ କିଲୋ ୫୫୩ ଗ୍ରାମର ସୁନା ଅଳଙ୍କାର, ୧୩ ଗୋଟି ଫାର୍ମ ହାଉସ, ୪୪.୨୧ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କାର ବିମା ରାଶି ଅନ୍ତର୍ଭୁକ୍ତ ଅଟେ । ଏହି ସମୟ ମଧ୍ୟରେ ମୋଟ ୭୮୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି । ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି । ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଦ୍ବାରା କେସ୍ ରୁଜୁ କରାଯାଇଥିବା ପ୍ରମୁଖ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଛି ।

Comments are closed.