ଭୁବନେଶ୍ବର: ସୋମବାର ବିଧନସଭାରେ ବିଧାୟକ ଅରୁଣ ସାହୁ ଅଭିଯୋଗ ଆଣି କହିଛନ୍ତି ଯେ, ଗତ ୧୪ ମାସରେ ୩୭ ହଜାରରୁ ଅଧିକ ମହିଳା ବିରୋଧୀ ହିଂସା ମାମଲା ପଞ୍ଜିକୃତ ହୋଇଛି । ମହିଳାମାନେ ଏବେ ଘରୁ ବାହାରକୁ ଗୋଡ଼ କାଢିପାରୁ ନାହାଁନ୍ତି, ଘର ବାହାରେ ସେମାନେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି ମହିଳାମାନେ ବୋଲି ସେ ଅଭିଯୋଗ କରିଛନ୍ତି ।
ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ, ପଞ୍ଜିକୃତ ହୋଇଥିବା ମାମଲା ମଧ୍ୟରୁ ୨,୯୩୩ଟି ଦୁଷ୍କର୍ମ ମାମଲା, ୧,୨୭୮ଟି ମାମଲା ଯୌନ ନିର୍ଯାତନା ସହିତ ଜଡିତ। ୧୨ ହଜାରରୁ ଅଧିକ ଯୌତୁକ ସମ୍ବନ୍ଧୀୟ ନିର୍ଯାତନା ମାମଲା ରୁଜୁ ହୋଇଛି । ସେହିପରି ୯,୧୮୧ଟି ଅଶାଳୀନ ଆଚରଣ ମାମଲା ରୁଜୁ ହୋଇଛି ।
ଅରୁଣ ସାହୁ କହିଛନ୍ତି ଯେ, ସରକାରଙ୍କର ଏହି ରିପୋର୍ଟ ସାରା ଦେଶରେ ଓଡ଼ିଶାର ମୁଣ୍ଡ ତଳକୁ କରିଦେଇଛି । ଏହାକୁ ଆମେ କଡ଼ା ନିନ୍ଦା କରୁଛୁ ।
Comments are closed.