ଭୁବନେଶ୍ୱର: ତେଲୁଗୁ ଫିଲ୍ମରେ ଧମାକା ମଚଉଛନ୍ତି ଓଡିଆ ଝିଅ । ଜେଏସଏସ୍ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ‘ବିଉଟି’ରେ ଫ୍ୟାନ୍ସମାନଙ୍କ ମନ ଜିତୁଛନ୍ତି ନିଳାକ୍ଷୀ ପାତ୍ର । ସେପ୍ଟେମ୍ବର ୧୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ସେ ନିଜ ଅଭିନୟର ଜାଦୁରେ ଫ୍ୟାନ୍ସମାନଙ୍କ ମନ ଜିତୁଛନ୍ତି ।
ଫିଲ୍ମ ‘ବିଉଟି’ରେ ନିଳାକ୍ଷୀଙ୍କ ବିପକ୍ଷରେ ଅଛନ୍ତି ଅଙ୍କିତ କୋୟା । ଏହା ବ୍ୟତୀତ ଏଥିରେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି ଭିକେ ନରେଶ, ବାସୁକୀ ଆନନ୍ଦ, ପ୍ରସାଦ ବେହରା, ନିତିନ ପ୍ରସନ୍ନ, ମୁରଲି ଗୌଡ, ନନ୍ଦ ଗୋପାଳ ଓ ନାଗେନ୍ଦ୍ର ମେଦିଦା ।
ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ବୁଲଗାନିନ୍ । ଯେତେବେଳେ କି ଶ୍ରୀ ସାଇକୁମାର ଦାରା ସିନେମାଟୋଗ୍ରାଫି ପରିଚାଳନା କରୁଛନ୍ତି ଏବଂ ଏସବି ଉଦ୍ଧବ ଏଡିଟିଂ ଦାୟିତ୍ୱ ନେଇଛନ୍ତି । ଭାନାରା ସେଲୁଲଏଡ୍, ଜୀ ଷ୍ଟୁଡିଓ ଏବଂ ଏ ମାରୁଥି ଟିମ୍ ପ୍ରଡକ୍ଟ ବ୍ୟାନରରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏହି ପାରିବାରିକ ଡ୍ରାମା ପ୍ରେମ ଏବଂ ଭାବନାରେ ପରିପୂର୍ଣ୍ଣ ଏକ ହୃଦୟସ୍ପର୍ଶୀ କାହାଣୀର ପ୍ରତିଶ୍ରୁତି ଦିଏ ।
ତେବେନିଳାକ୍ଷୀ ପାତ୍ର ପୂର୍ବରୁ କିଛି ପ୍ରସିଦ୍ଧ ଓଡ଼ିଆ ମ୍ୟୁଜିକ ଭିଡିଓ, ଏବଂ ଓଡିଆ ସିରିୟାଲରେ କାମ କରିସାରିଛନ୍ତି । ଏକ ଓଡ଼ିଆ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।
Comments are closed.