ଭଦ୍ରକ: ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆ । ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ମଙ୍ଗଳବାର ତାଙ୍କୁ ବାନ୍ଧିଛି ଭିଜିଲାନ୍ସ ଟିମ୍ ।
ଖବର ମୁତାବକ, ସୁଦର୍ଶନ ଖଟୁଆ ତିହିଡ଼ି ବାମନବିନ୍ଧା ସେବା ସମବାୟର ସେକ୍ରେଟାରୀ ଥିବା ସମୟରେ ସରକାରୀ ରେକର୍ଡକୁ ହେରଫେର କରିଥିଲେ । ସୋସାଇଟ ଫଣ୍ଡ୍ରୁ ସଦସ୍ୟଙ୍କ ସଞ୍ଚୟ ବ୍ୟାଙ୍କ ଜମା ଉଠାଇଥିଲେ । ‘ଡେ ବୁକ୍ରେ କମ୍ ବାଲାନ୍ସ’ ଦେଖାଇ ଫଣ୍ଡ୍ ପାଣ୍ଠିର ଅପବ୍ୟବହାର କରୁଥିଲେ। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୂଲ୍ୟଠାରୁ ଅଧିକ ମଣ୍ଡି ଲେବର ଚାର୍ଜ କରି ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କାର ପାଣ୍ଠି ହଡ଼ପ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।
ବାଲେଶ୍ଵର ଭିଜିଲାନ୍ସ ଏକ ବିସ୍ତୃତ ତଦନ୍ତ ପରେ ଖଟୁଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ମଙ୍ଗଳବାର ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ଟିମ୍ ।
Comments are closed.