Latest Odisha News

BREAKING NEWS

India’s Only Active Volcano: ଭାରତର ଏକମାତ୍ର ସକ୍ରିୟ ଆଗ୍ନେୟଗିରିରେ ଉଦଗୀରଣ: ୮ ଦିନରେ ଦୁଇଥର

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବ୍ୟାରେନ୍ ଦ୍ୱୀପରେ ଆଠ ଦିନ ମଧ୍ୟରେ ଦୁଇଟି ଛୋଟଧରଣର ଆଗ୍ନେୟ ଉଦଗୀରଣ ଘଟିଛି। ବାରେନ ଦ୍ୱୀପ ହେଉଛି ଭାରତର ଏକମାତ୍ର ସକ୍ରିୟ ଜ୍ୱାଳାମୁଖୀ। ଅଧିକାରୀମାନେ କହିଛନ୍ତି ଯେ ସେପ୍ଟେମ୍ବର ୧୩ ଏବଂ ୨୦ ତାରିଖରେ ଆଗ୍ନେୟ ଉଦ୍ଗିରଣ ଘଟିଥିଲା, ଏହା କ୍ଷୁଦ୍ରଧରଣର ଥିଲା।

ବର୍ତ୍ତମାନ ଏହାର ଆଖପାଖ ଅଞ୍ଚଳ ପାଇଁ କୌଣସି ବିପଦ ସୃଷ୍ଟି ହୋଇନାହିଁ। ତଥାପି, ଏହା ଆଣ୍ଡାମାନରେ ୪.୨ ତୀବ୍ରତାର ଭୂମିକମ୍ପ ମଧ୍ୟ ସୃଷ୍ଟି କରିଛି।

ଏହି ଦ୍ୱୀପଟି ପୋର୍ଟବ୍ଲେୟାରରୁ ସମୁଦ୍ର ପଥରେ ପ୍ରାୟ ୧୪୦ କିଲୋମିଟର ଦୂରରେ ଅବସ୍ଥିତ। ବାରେନ ଦ୍ୱୀପର ମୋଟ କ୍ଷେତ୍ରଫଳ ୮.୩୪ ବର୍ଗ କିଲୋମିଟର।

ଆଣ୍ଡାମାନ ଏବଂ ନିକୋବର ପ୍ରଶାସନର ତଥ୍ୟ ଅନୁଯାୟୀ, ବାରେନ ଦ୍ୱୀପରେ ପ୍ରଥମ ଉଦଗୀରଣ ୧୭୮୭ ମସିହାରେ ହୋଇଥିଲା, ତା’ପରେ ୧୯୯୧, ୨୦୦୫, ୨୦୧୭ ଏବଂ ୨୦୨୨ ମସିହାରେ ମୃଦୁ ଉଦଗୀରଣ ଘଟିଥିଲା।

ବାରେନ ଦ୍ୱୀପ ସମ୍ପୂର୍ଣ୍ଣ ଜନଶୂନ୍ୟ । ସେଠାରେ କୌଣସି ମଣିଷ ବାସ କରନ୍ତି ନାହିଁ। ଏହା ଆଗ୍ନେୟଗିରି ପାଉଁଶ ଏବଂ ପଥରରେ ପରିପୂର୍ଣ୍ଣ ଏକ ସ୍ଥାନ। ଏହି ଦ୍ୱୀପଟି ପ୍ରାୟ ୩୫୪ ମିଟର ଉଚ୍ଚ।

Comments are closed.