Latest Odisha News

BREAKING NEWS

ଓଡିଶାରେ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ, ଅଂଶଗ୍ରହଣ କରିବେ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ଆଇଟିଟିଏଫ ଏଟିଟିୟୁ ଏସୀୟ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ ଆୟୋଜିତ ହେବାକୁ ଯାଉଛି । ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ଏହା କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ସ ସେଂଟରରେ ଖେଳାଯିବ । ଆନ୍ତର୍ଜାତୀୟ ଟେବୁଲ ଟେନିସି ମହାସଂଘ, ଭାରତୀୟ ଟିଟି ମହାସଂଘ, ଏସିଆନ ଟିଟି ୟୁନିୟନ, ଓଡିଶା ଟିଟି ଆସୋସିଏଶନ ଏବଂ ଓଡିଶା କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେବ । ଉଭୟ ପୁରୁଷ ଓ ମହିଳା ବିଭାଗରେ ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଓ ସପୋର୍ଟିଂ ଷ୍ଟାଫ ଅଂଶଗ୍ରହଣ କରିବେ । ଏଥିରେ ଶ୍ରେଷ୍ଟ ପ୍ରଦର୍ଶନ ଟିମଗୁଡିକ ଲଣ୍ଡନରେ ହେବାକୁ ଥିବା ଆଇଆଇଟିଏଫ ୱାର୍ଲଡ ଟିଟି ଟିମ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଓଡିଶାର କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୦ରୁ ୧୪ ମଧ୍ୟରେ ୪୦ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଓ ଆଇଟିଏଫ ମାଷ୍ଟର୍ସ ୧୦୦ ଟେନିସ ଟୁର୍ଣ୍ଣାମେଂଟ ମଧ୍ୟ ୧୧ରୁ ୧୫ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ସେ କହିଥିଲେ । ଓଡିଶା ଟିଟି ଆସୋସିଏଶନର ସେକ୍ରେଟାରୀ ରବୀନ୍ଦ୍ର ପରିଡା, ଟୁର୍ଣ୍ଣାମେଂଟ ନିର୍ଦ୍ଦେଶକ ଏନ.ଗଣେଷନ ଓ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ.ୟେଦୁଲା ବିଜୟ ପ୍ରମୂଖ ଉପସ୍ଥିତ ଥିଲେ ।

Comments are closed.