କଟକ: ଓଡିଶା ପ୍ରୋ ଟି୨୦ ଲିଗର ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ସମ୍ବଲପୁର ୱାରିୟର୍ସକୁ ୫ ରନରେ କଟକ ପାନ୍ଥର୍ସ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି କଟକ ୮.୪ ଓଭରରେ ୫ ୱିକେଟ ବିନିମୟରେ ୯୨ ରନ କରିଥିଲା । ଶୁଭମ ଶତ୍ରୁଜିତ ୨୫ ଓ ବିପ୍ଲବ ସାମନ୍ତରାୟ ୨୩ ରନ କରିଥିଲେ । ସୁମିତ ଶର୍ମା ୩ଟି ୱିକେଟ ନେଇଥିଲେ । ବର୍ଷା ହେବା ଯୋଗୁ ମ୍ୟାଚ ୫ ଓଭର ବିଶିଷ୍ଟ କରାଯାଇଥିଲା ।
ସମ୍ବଲପୁର ନିକଟରେ ୬୭ ରନର ଲକ୍ଷ୍ୟ ରଖାଯାଇଥିଲା । ସମ୍ବଲପୁର ୫ ୱିକେଟ ବିନିମୟରେ ୫୬ ରନ କରିବାକୁ ସକ୍ଷମ ହୋଇଥିଲେ । ଆଦିତ୍ୟ ରାଉତ ୩୬ ରନ କରିଥିଲେ । ରାଜା ଯାଦବ ୩ଟି ଓ ହର୍ଷିତ ରାଠୋର ୨ଟି ୱିକେଟ ନେଇଥିଲେ ।
ଓପିଟିଏଲର ପ୍ରଥମ ସଂସ୍କରଣ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଏହାର ମଜାକୁ ବହୁମାତ୍ରାରେ ନଷ୍ଟ କରି ଦେଇଥିଲା । ଯାହାକି ପ୍ରଶଂସକଙ୍କୁ ନିରାଶ କରିଛି । କଟକ ଟିମର ଅଧିନାୟକ ସ୍ୱସ୍ତିକ ସାମଲ ବିଜୟର ସମସ୍ତ ଶ୍ରେୟ ସମ୍ପୂର୍ଣ୍ଣ ଟିମକୁ ଦେଉଛନ୍ତି ।
Comments are closed.