ଭୁବନେଶ୍ୱର: ବିସିସିଆଇ ପୁରୁଷ ସିନିୟର ଚୟନ କମିଟିରେ ଏବେ ୨ଜଣ ପୂର୍ବତନ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବାର୍ଷିକ ବୈଠକରେ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ସେମାନେ ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ଅଜିତ ଅଗରକରଙ୍କ ଅଧ୍ୟତାରେ ଏବେ ଶିବସୁନ୍ଦର ଦାସ ଓ ପ୍ରଜ୍ଞାନ ଦାୟିତ୍ୱ ତୁଲାଇବେ । ଶିବସୁନ୍ଦର ଭାରତ ପକ୍ଷରୁ ୨୩ ଟେଷ୍ଟ ଓ ୪ ଦିନିକିଆ ମ୍ୟାଚ ଖେଳିଛନ୍ତିି । ଓଡିଶାର ଏହି ଷ୍ଟାର ଖେଳାଳି ଏବେ ଚୟନ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।
ଅପରପକ୍ଷରେ ପ୍ରଜ୍ଞାନ ୨୪ ଟେଷ୍ଟ, ୧୮ ଦିିନିକିଆ ଓ ୬ ଟି୨୦ ମ୍ୟାଚ ଖେଳିଛନ୍ତି । ପ୍ରଜ୍ଞାନ ଓଡିଶାର ହୋଇଥିଲେ ମଧ୍ୟ ହାଇଦ୍ରାବାଦ, ବେଙ୍ଗଲ ଓ ବିହାର ପକ୍ଷରୁ ରଣଜୀ ମ୍ୟାଚ ଖେଳିଛନ୍ତି । ସେହିପରି ଆଇପିଏଲରେ ଡେକାନ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୨୦ରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
Comments are closed.