Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଉତ୍ତେଜନା: ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ସ୍ଥାନୀୟ ଲୋକଙ୍କ ଥାନା ଘେରାଉ

ବାଲେଶ୍ବର:ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ସୋର ଥାନା ଘେରାଉ କରିଛନ୍ତି। ଗତକାଲି ରାତିରେ ସୋର ପୌରାଞ୍ଚଳ କୋର୍ଟ ଛକ ନିକଟରେ କିଛି ଯୁବକ ରାସ୍ତା ଉପରେ ଏଲଇଡି ଲଗାଇ ଭାରତ-ପାକିସ୍ତାନର ଫାଇନାଲ ମ୍ୟାଚ ଦେଖୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଦୁର୍ବ୍ୟବହାର କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ଜଣେ ବ୍ୟକ୍ତି ଆଇଆଇସିଙ୍କୁ ପ୍ରଥମେ ଚାପୁଡ଼ା ମାରିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ମାରି ଘୋଷାଡ଼ି ଘୋଷାଡ଼ି ଥାନା ଗାଡ଼ିରେ ଭର୍ତ୍ତି କରି ଥାନାକୁ ନେଇଯାଇଥିଲେ। ସେଠାରେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ସୋର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ବିଳମ୍ବିତ ରାତିରେ ପୋଲିସକୁ ମାଡ଼ମାରିଥିବା ଅଭିଯୋଗରେ ପୋଲିସ ଚାରିଜଣ ଯୁବକଙ୍କ ଘରେ ଭଙ୍ଗାରୁଜା କରି ସେମାନଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି।

ତେବେ ପୋଲିସର ଏପରି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପାଇଁ ଶତାଧିକ ମହିଳା ଓ ପୁରୁଷ ସୋର ଥାନାକୁ ଘେରାଉ କରିଥିଲେ।

 

 

 

Comments are closed.