Latest Odisha News

BREAKING NEWS

ରଙ୍ଗରୁଟ୍‌ ନେଲା ଜୀବନ; କଣ୍ଟେନର ଧକ୍କାରେ ୩ମୃତ

ଖୋର୍ଦ୍ଧା: ରଙ୍ଗରୁଟ୍‌ରେ ଭୁବନେଶ୍ବର ପଟୁ ବାଇକ୍‌ରେ ଯିବାବେଳେ ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଇପାସ ନିକଟରେ କଣ୍ଟେନର ଧକ୍କାରେ ଚାଲିଗଲା ୩ ଜୀବନ । ବାଇକ ଓ କଣ୍ଟେନର ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାମୁତାବକ,ବିଳମ୍ବିତ ରାତିରେ ପିଏନ କଲେଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଖୋର୍ଦ୍ଧା ପିତାପଲୀ ଛକ ଠାରୁ ଜାତୀୟ ରାଜପଥର ରଙ୍ଗ ରୁଟ୍‌ରେ ବାଇକ୍‌ରେ ୩ ଜଣ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତିନି ମୃତକ ଡେଲାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ।

କଣ୍ଟେନର ଗାଡ଼ିର ଡ୍ରାଇଭରଙ୍କୁ ଶିଳ୍ପାଞ୍ଚଳ ଥାନା ପୋଲିସ ଥାନାରେ ଅଟକ ରଖିଛି ଓ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

 

 

Comments are closed.