Latest Odisha News

BREAKING NEWS

ଦ କ୍ୟାଚ୍, ଓଡ଼ିଶା ଦ୍ଵାରା ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ଆୟୋଜିତ

ଭୁବନେଶ୍ୱର: ଦ କ୍ୟାଚ୍, ଓଡ଼ିଶା ଦ୍ଵାରା ଆୟୋଜିତ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ରାଜଧାନୀ ମହାବିଦ୍ୟାଳୟ ଦ୍ଵାରା ଭଗବଦ୍ ଆଜ୍ଜ୍ୟୟକମ ପ୍ରହସନ ପରିବେଷଣ କରାଯାଇଥିଲା, ଯାହା ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା। ହାସ୍ୟରସାତ୍ମକ ହୋଇଥିବାରୁ ଲୋକ ମଧ୍ୟ ଖୁବ୍ ଆନନ୍ଦ ଉପଭୋଗ କରିଥିଲେ।

ଏହି ସଂସ୍କୃତ ନାଟ୍ୟ ମହୋତ୍ସବ ତିନିଦିନ ଧରି ଭୁବନେଶ୍ଵର ସ୍ଥିତ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନର କାର୍ଯ୍ୟକ୍ରମରେ ବେଦ ଉପନିଷଦ ଆଦି ତତ୍ତ୍ୱ ଜ୍ଞାନ ଉପୟର ଶ୍ରୀ ଚ଼ିତ୍ତରଂଜନ ଶତପଥୀ, ଡ ବଭ଼ିୂତିଭୂଷଣ ମହାପାତ୍ର ସହ ଆଲୋଚନା କରିଥିଲେ। ଏହାପରେ ସନ୍ଧ୍ୟା ଅଧିବେଶନରେ ଅତିଥି଼ ଡ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଡ଼ି ସି ପି ମାନସ ଗଡନାୟକ, ନାଟ୍ୟକର ପଞ୍ଚାନନ ଦାଶ ନିର୍ଦ୍ଦେଶକ ଦର୍ପ ନାରାୟଣ ସେଠୀ ଆଦି ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ଲୋକାର୍ପଣ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଦିବଂଗତ ଡ. ଧର୍ମେନ୍ଦ୍ର କୁମା ସିଂହଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମକୁ ତ୍ୱୋରାନିତ କରାଯାଇଥିଲା। ମହୋତ୍ସବରେ ଶ୍ରୀ ଗଡନାୟକ, ଶ୍ରୀ ସତ୍ୟବ୍ରତ ରାଉତ, ଶ୍ରୀ ସୁଦର୍ଶନ ସାହୁଙ୍କୁ ବିଶେଷ ସାଧନା ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା।

 

ନାଟକର ପ୍ରଥମ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପ୍ରହସନ ଭଗବଦ୍ ଆଜ୍ଜ୍ୟୟକମ, ଯାହାକୁ ବେଶ୍ ଆନନ୍ଦଦାୟକ ଥିଲା। ଆନୁମାନିକ ପ୍ରଥମ ଶତାବ୍ଦୀରେ କବି ବୋଧାୟନଙ୍କ ଦ୍ୱାରା ରଚିତ ଭଗବଦଜ୍ଜୁକମ୍ ଏକ ସଂସ୍କୃତ ପ୍ରହସନ ଅଟେ। ଯାହାକି ଆଜିର ସମୟରେ ମଧ୍ୟ ସମାଜ ପାଇଁ ପ୍ରଯୁଜ୍ୟ କଥା ବା କାହାଣୀ ଏବଂ ଅସରନ୍ତି ଆନନ୍ଦ ଉପଭୋଗର ଭଣ୍ଡାର। ଏହି ପ୍ରହସନ ମାଧ୍ୟମରେ କବି ବୋଧାୟନ ଯୋଗର ବିଶେଷତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ହାସ୍ୟ ରସରେ ପୂର୍ଣ୍ଣ ପ୍ରହସନରେ ଅନେକ ସମୟ ଉପଯୋଗୀ ସଂଳାପ ସହିତ ଚରିତ୍ର ଗୁଡିକ ଚିତ୍ରଣ କରାଯାଇଛି।

ନାଟ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆଲୋଚନାର କେନ୍ଦ୍ର ବିଷୟ ଥିଲା ସାଧନାରେ ଶୃଙ୍ଖଳିତ ଅଭ୍ୟାସ ଓ ନିଷ୍ଠାର ଆବଶ୍ୟକତା। ଦିନଟିର ପ୍ରଧାନ ଆକର୍ଷଣ ଥିଲା ଭକ୍ତିରେବ ଗରୀୟସୀ ନାମକ ନାଟକ, ଯାହାକୁ ଭୁବନେଶ୍ଵର ବିଜବି କଲେଜ ସଂସ୍କୃତ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ବିଦ୍ୟାର୍ଥୀମାନଙ୍କର ଶାସ୍ତ୍ରୀୟ ଉଚ୍ଚାରଣ, ଅଭିବ୍ୟକ୍ତିଶୀଳ ଅଙ୍ଗଭାଙ୍ଗୀ ଓ ଭକ୍ତିମୟ ସଙ୍ଗୀତର ସମ୍ମିଶ୍ରଣ ଦର୍ଶକଙ୍କୁ ବେଶ୍ ଆକର୍ଷିଥିଲା। ବିଷ୍ଣୁ ପୁରାଣରୁ ଉଧୃତ ହିରଣ୍ୟକଶିପୁ ଓ ଭକ୍ତ ପ୍ରହଲ୍ଲାଦ କଥାବସ୍ତୁକୁ ଏକ ଅନନ୍ୟ ପ୍ରକାରରେ ଉପସ୍ଥାପନ କରାଯାଇଥିଲା।

ତିନିଦିନିଆ ସଂସ୍କୃତ ନାଟ୍ୟ ମହୋତ୍ସବ-୨୦୨୫, ଦି କ୍ୟାଚ୍ ଓଡିଶାର ଆୟୋଜନରେ ଶେଷ ସନ୍ଧ୍ୟାରେ ଭଞ୍ଜ କଳା ମଣ୍ଡପରେ ସମାପ୍ତ ହେଲା। ବିକାଳ ସଭାରେ ଶ୍ରୀ ମଧିସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରାଚୀନ ଭାରତର ଭାଷା ସଂସ୍କୃତର ଭବିଷ୍ୟତ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ସଂସ୍କୃତ ଭାଷା କିପରି ଆଗାମୀ କାଳରେ ଫଳିବ-ଫୁଲିବ ଏବଂ କମ ସମ୍ଭାବନା ରହିଛି, ସେଥିପାଇଁ ମତ ବିନିମୟ କରାଯାଇଥିଲା।

ବର୍ତ୍ତମାନ ସମୟରେ ସହରୀ କରଣ ପ୍ରଚ୍ଛଦପଟ୍ଟରେ ପରିବେଶ ଉତ୍ସୃଙ୍ଖଳିତ ହୋଇଯାଇଛି। ପରିବେଶରେ ପ୍ରଦୂଷଣ ଭରି ଯାଇଛି। ସୂର୍ଯ୍ୟଙ୍କ ତାତି, ମୌସୁମୀର ମନମୋଟ, ବିଭିନ୍ନ ରୋଗର ବୃଦ୍ଧି ଯାହାର ପରିଣାମ। ବର୍ତ୍ତମାନ ଜଳବାୟୁରେ ଅମ୍ଳଜାନ ହ୍ରାସ, ଅଙ୍ଗାରକାମ୍ଳର ବୃଦ୍ଧି ଅସହ୍ୟ ହୋଇ ପଡିଛି ଜନମାନସ। ପ୍ରତିକାର ଉପରେ ଉପର ମହଲରେ ଆରମ୍ଭ ହୋଇ ଯାଇଛି ଅନେକ ଯୋଜନା, ପ୍ରକଳ୍ପ। କିନ୍ତୁ ଆମର ବି କିଛି କର୍ତ୍ତବ୍ୟ ରହିଛି। ଏହି ସମସ୍ୟାକୁ ନେଇ ପ୍ରସ୍ତୁତ ସଂସ୍କୃତ ନାଟ୍ୟ ବୃକ୍ଷୋ ରକ୍ଷିତ ରକ୍ଷୀତଃ। ଏହି ନାଟ୍ୟ ମାଧ୍ୟମରେ ବିଶେଷ କରି ସମାଜକୁ ଜାଗ୍ରତ କରିବାରୁ ଚେଷ୍ଟା କରାଯାଇଛି। ଶେଷରେ ସନ୍ତୋଷ ଓ ସଫଳତାର ମହିମାରେ ଆୟୋଜକ ଓ ଅଂଶଗ୍ରାହୀମାନେ ହସ ଓ ଉଲ୍ଲାସର ସହିତ ମହୋତ୍ସବ ଉଦଯାପନ ହୋଇଥିଲା।

Comments are closed.