Destroyed Mao Camp: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଧ୍ୱଂସ କଲେ ମାଓ କ୍ୟାମ୍ପ, ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ
ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ମାଓ ସଙ୍ଗଠନକୁ ଶକ୍ତ ଝଟକା। ପୁଣି ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। କଞ୍ଚାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଧରଣର କ୍ୟାମ୍ପ ଠାବ ହୋଇଛି । ଘଟଣାସ୍ଥଳରେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ସୁରକ୍ଷାକର୍ମୀ।
ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିଲେ । ମାଓ କ୍ୟାମ୍ପରେ ଲୁଚାଇ ରଖିଥିବା ବନ୍ଧୁକ, ଇଲେକ୍ଟ୍ରିକ ଡିଟୋନେଟର, ଯିଲଟିନ, ଗନ ପାଉଡର, ଜୀବନ୍ତ ବମ,ଏର ବମ, BGL ସେଲ, କାଡେ଼କ୍ସ ତାର ଏଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ।
ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିପାରିଛି ସୁରକ୍ଷାକର୍ମୀ । CRPF କୋବ୍ରା ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏବେବି ଜବାନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜାପୁର SP।
Comments are closed.