Latest Odisha News

ପାର୍ବଣ ସମୟରେ ୩ମନ୍ଦିରରୁ ସିରିଜ୍ ଚୋରି

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ପିପିଲି ମୁଖ୍ୟ ରାସ୍ତାରେ ଥିବା ୩ଟି ମନ୍ଦିରରୁ ଏକା ସାଙ୍ଗରେ ଲୁଟ୍ ହୋଇଥିବା ସୂଚନା ରହିଛି । ତାରିଣୀ ମନ୍ଦିର, ରାମ ମନ୍ଦିର ଓ ବିରିଖାଣୀ ମନ୍ଦିରରରୁ ଲୁଟ୍‌ ଅଭିଯୋଗ ହୋଇଛି। ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ କରିଥିବା ଜଣାପଡିଛି। କାଜିପାଟଣା ନିକଟରେ ଥିବା ରାମ ମନ୍ଦିର ମଧ୍ୟରେ ଲାଗିଥିବା ସିସିଟିଭିରେ ଦୃର୍ବୁତ୍ତମାନେ ଲୁଟ୍ କରୁଥିବା ଦୃଶ୍ୟ କଏଦ ହୋଇଛି।

ସୂଚନାନୁସାରେ, ଗତକାଲି ରାତ୍ରି ସମୟରେ ଦୁଇରୁ ୩ଜଣ ଦୁର୍ବୃତ୍ତ ଗରପଦା ତାରିଣୀ ମନ୍ଦିର, କାଜିପାଟଣା ନିକଟରେ ଥିବା ରାମ ମନ୍ଦିର ଓ ଓଳିକଣା ବିରିଖାଣି ମନ୍ଦିରରୁ ଲୁଟ କରିଥିବା ଜଣାପଡିଛି। ୩ଟି ମନ୍ଦିରର ମୁଖ୍ୟ ପୂଜକମାନେ ସକାଳୁ ମନ୍ଦିରକୁ ଠାକୁରଙ୍କୁ ପୂଜା କରିବାକୁ ଆସିବା ସମୟରେ ଚୋରି ହେଉଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଜଣାଇଥିଲେ।

ଅଭିଯୋଗ ଓ ସିସିଟିଭି ଆଧାରରେ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।

Comments are closed.