ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇଯାଇଛି । ଜବାବରେ ଭାରତ ଷ୍ଟମ୍ପସ ଅପସାରଣ ବେଳକୁ ୨ ୱିକେଟ ହରାଇ ୧୨୧ ରନ ସଂଗ୍ରହ କରି ନେଇଛି । ଟିମ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ସ୍କୋରଠାରୁ ୪୧ ରନ ପଛରେ ରହିଛି । କେଏଲ ରାହୁଲ ୫୩ ଓ ଶୁଭମନ ଗିଲ ୧୮ ରନ କରି ଅପରାଜିତ ଅଛନ୍ତି । ଯଶସ୍ୱୀ ଜୈସୱାଲ ୩୬ ଓ ସାଈ ସୁଦର୍ଶନ ୭ ରନ କରି ଅପରାଜିତ ରହିଛନ୍ତି । ଜେଡନ ସିଏଲ୍ସ ଓ ରୋଷ୍ଟନ ଚେଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବା ନିଷ୍ପତି ନେଇଥିଲା । ଯାହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜଷ୍ଟିନ ଗ୍ରିଭସ ସର୍ବାଧିକ ୩୨ ରନ କରିଛନ୍ତି । ଭାରତର ଦୁଇ ପେସ ବୋଲର ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଘାତକ ବୋଲିଂ ପ୍ରଦର୍ଶନ କରିଥିଲେ । ବୁମରାହ ୩ଟି ଓ ସିରାଜ ୪ଟି ୱିକେଟ ନେଇ ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । କୂଲଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ହାସଲ କରିଥିଲେ ।
Comments are closed.