ବେଙ୍ଗାଲୁର: ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କୁ କିଏ ବା ନ ଜାଣେ । ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ଏହି ପରମ୍ପରାକୁ ତାଙ୍କ ପୁଅ ଅନବୟ ଡ୍ରାଭିଡ ଆଗକୁ ନେବାରେ ଲାଗିଛନ୍ତି । ଏହି ଯୁବ କ୍ରିକେଟରେ ଏବେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୯୧.୮୦ ଆଭରେଜରେ ୬ଟି ମ୍ୟାଚରେ ୪୫୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୮ ଛକା ସାମିଲ । ଚଳିତ ବର୍ଷ ୧୬ ବର୍ଷରୁ କମ କ୍ରିକେଟରେ ସେ କର୍ଣ୍ଣାଟକ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । କେଏସିସିଏ ପକ୍ଷରୁ ତାଙ୍କୁ ଏଥିନେଇ ସମ୍ମାନୀତ କରାଯାଇଛି ।
ଅନବୟଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ ଓ ଆର.ସ୍ମରଣଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ବିଜୟ ହଜାରେ ଟ୍ରଫିରେ ମୟଙ୍କ ୯୩ ଆଭରେଜରେ ୬୫୧ ରନ କରିଛନ୍ତି । କର୍ଣ୍ଣାଟକର ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ଶ୍ରୀଜିତଙ୍କୁ ମଧ୍ୟ ମୁସ୍ତାକ ଅଲି ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ସମ୍ମାନୀତ କରାଯାଇଛି । ସେ ୨୧୩ ରନ ସଂଗ୍ରହ କରିଥିଲେ ।
Comments are closed.