ବ୍ରହ୍ମପୁର: ଗୁଳିମାଡ଼ରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କ ମୃତ୍ୟୁ । ବ୍ରହ୍ମାନଗର ଅଞ୍ଚଳରେ କିଛି ସମୟ ପୂର୍ବେ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ବାଇକ୍ରେ ଆସି ୨ ରାଉଣ୍ତ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ଏମ୍କେସିଜିରେ ମୃତ ଘୋଷଣା କଲେ ଡାକ୍ତର ।
ରାଜ୍ୟ ଆଇନ୍ଜୀବୀ ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା ।
ସୂଚନାଥାଉକି, ବୈଦ୍ୟନାଥପୁର ଥାନା ବ୍ରହ୍ମାନଗରଠାରେ ତାଙ୍କୁ ଗୁଳିମାଡ଼ ହୋଇଛି । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ।ପିତବାସ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳରେ ସାମିଲ ହୋଇଥିଲେ । ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି।
Comments are closed.