Latest Odisha News

BREAKING NEWS

ରଣଜୀ ଟ୍ରଫି ଖେଳିବେ ରିଷଭ ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଘାତ ସମସ୍ୟା ଯୋଗୁ ଏବେ ଦଳରେ ସାମିଲ ହୋଇ ପାରି ନାହାନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ପନ୍ତ ରଣଜୀ ଟ୍ରଫି ମାଧ୍ୟମରେ ନିଜ ଫିଟନେସ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ସେ ଏଥିନେଇ ଡିଡିସିଏ ସଭାପତି ରୋହନ ଜେଟଲୀଙ୍କ ସହ ଆଲୋଚନ କରି ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ପନ୍ତଙ୍କୁ ଏଥିପାଇଁ ବିସିସିଆଇ ମେଡିକାଲ ଟିମ ନିକଟରୁ କ୍ଲିୟରାନ୍ସ ଆଣିବାକୁ ପଡିବ । ୨୮ ବର୍ଷୀୟ ପନ୍ତ ଏବେ ବେଙ୍ଗାଲୁରରେ ଥିବା ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସିରେ ଡାକ୍ତରଙ୍କ ପରାମର୍ଶକ କ୍ରମେ ଅଭ୍ୟାସ କରୁଛନ୍ତିି ।

ଇଂଲଣ୍ଡ ବିପକ୍ଷ ମାଂଚେଷ୍ଟର ଟେଷ୍ଟରେ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ପନ୍ତ ଯଦି ରଣଜୀ ଟ୍ରଫିରେ ଫର୍ମ ଏବଂ ଫିଟନେସର ଉପଯୁକ୍ତ ପ୍ରମାଣ ଦେବେ ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଟିମ ଇଣ୍ଡିଆରେ ସାମିଲ ହୋଇପାରନ୍ତି । ଦକ୍ଷିଣ ଆଫ୍ରିକା ନଭେମ୍ବରରେ ଭାରତ ଗସ୍ତରେ ଆସିବ । ୨ଟି ଟେଷ୍ଟ, ୩ଟି ଦିିନକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ ।

Comments are closed.