Latest Odisha News

BREAKING NEWS

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା: ୮ରେ ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଡାକରା

ଭୁବନେଶ୍ବର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ୍‌ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏହା ସହ ଘଟଣାର ପ୍ରତିବାଦରେ ୮ତାରିଖ( ବୁଧବାର) ରାଜ୍ୟ ବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଏହା ସହିତ ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି ।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ କହିଛନ୍ତି, ରାଜ୍ୟ ବାର୍ କାଉନସିଲର ସର୍ବାଧିକ ଭୋଟ୍‌ରେ ନିର୍ବାଚିତ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇଜଣ ଅଜଣା ଯୁବକ ନିଜ ଘର ସାମ୍ନାରେ ଯେଭଳି ଅମାନୁଷିକ ଭାବେ ହତ୍ୟା କଲେ ତାହାର ପ୍ରତିବାଦରେ ବୁଧବାର ରାଜ୍ୟ ବ୍ୟାପି ଆଇନଜୀବୀ ପେନ୍‌ ଡାଉନ୍‌ ଆନ୍ଦୋଳନ କରିବେ। ରାଜ୍ୟର ସବୁ ବାରର ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ ରହିବା ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ରାଜ୍ୟ ବାର୍ କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗ୍ରସ୍ତ କରି ଫେରିବା ପରେ ସେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରାଯାଉ ଓ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ।

 

 

Comments are closed.