ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ଦେଶର ୩ଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି । ସେଥି ମଧ୍ୟରେ ରହିଛି ଓଡିଶାର ପାରାଦୀପ ବନ୍ଦର । ଅନ୍ୟ ଦୁଇଟି ହେଉଛି ଗୁଜରାଟ ଏବଂ ତାମିଲନାଡୁରେ ଥିବା ବନ୍ଦର ।
ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଉତ୍ପାଦନ ଏବଂ ବ୍ୟବହାର ପାଇଁ ଗୁରୁତ୍ବପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ସହିତ ବୃହତ ପରିମାଣର ହାଇଡ୍ରୋଜେନ ହବ୍ ଗୁଡ଼ିକର ବିକାଶକୁ ପ୍ରୋତ୍ସାହିତ କରିବ । ଭାରତ ସରକାରଙ୍କ ଏହି ପଦକ୍ଷେପ ଏକ ସ୍ଥାୟୀ ଏବଂ ପ୍ରତିଯୋଗିତାମୂଳକ ହାଇଡ୍ରୋଜେନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ।
ସବୁଜ ହାଇଡ୍ରୋଜେନ୍ ହବ୍ ଭାବରେ, ଏହି ବନ୍ଦରଗୁଡ଼ିକ ସ୍ୱଚ୍ଛ ଶକ୍ତି ନବସୃଜନକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
Comments are closed.