Latest Odisha News

BREAKING NEWS

ଧନତେରାସ ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି; ଜାଣନ୍ତୁ କେତେ ବଢିଲା..

ନୂଆଦିଲ୍ଲୀ: ଧନତେରାସ ପୂର୍ବରୁ ସୁନାରୂପା ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ଗ୍ରାହକଙ୍କୁ ଶକ୍ତ ଝଟକା ପରି ଲାଗିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି । ସେହିପରି, ରୁପା କେଜି ୧,୯୦,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ।

ସୁନା ଓ ରୁପା ଦରରେ ହେଉଥିବା ବୃଦ୍ଧି ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ଥିତିରେ ଥିବାରୁ ସୁନା ଆମଦାନୀ ମହଙ୍ଗା ହୋଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ପ୍ରଥମ ଥର ୪୦୦୦ ଡଲାରରୁ ଅଧିକ ହୋଇଛି । ଟ୍ରମ୍ପଙ୍କ ଟାରିଫ୍ ନୀତି ସହ ରାଜନୈତିକ ସଙ୍କଟକୁ ଏଥିପାଇଁ ଦାୟୀ କରିଛନ୍ତି ବଜାର ବିଶେଷଜ୍ଞ ।

Comments are closed.