Latest Odisha News

BREAKING NEWS

କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମହାନ ଖେଳାଳି ବିରାଟ କୋହଲିଙ୍କ କ୍ରିକେଟ ଭବିଷ୍ୟତ ନେଇ ଅନେକ ଆକଳନ କରାଯାଉଛି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ, ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେଇପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଇତି ମଧ୍ୟରେ କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ମଧ୍ୟ ଏକ ଖବର ପ୍ରକାଶ ପାଇଛି । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଛନ୍ତି । ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଆଇପିଏଲ ୨୦୨୬ ପୂର୍ବରୁ କୋହଲି ତାଙ୍କ ଫ୍ରାଂଚାଇଜ ଆରସିବି ସହ ଜଡିତ ଏକ କଂଟ୍ରାକ୍ଟ ସାଇନ କରିବାକୁ ମନା କରିଛନ୍ତି । ଏହି ଖବରକୁ ଠିକ ଭାବେ ପ୍ରକାଶ ନ କରି କୋହଲି ଆଇପିଏଲରୁ ଅବସର ନେବେ ବୋଲି ମଧ୍ୟ କେତେକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାର ସତ୍ୟତା କୋହଲି କହିପାରିବେ ।

ଆକାଶ ଚୋପ୍ରା କହିଛନ୍ତି ଗୋଟିଏ କର୍ମିସିଆଲ କଂଟ୍ରାକ୍ଟ ସାଇନ ନ କରିବାର ମାନେ ନୁହେଁ ଯେ, କୋହଲି ଆଗକୁ ଆଇପିଏଲ ଖେଳିବେ ନାହିଁ । କୋହଲି ଡୁଆଲ କଂଟ୍ରାକ୍ଟ ଚାହୁଁ ନାହାନ୍ତି । ଯାହା ଫଳରେ ଏହି ଭୁଲ ବୁଝାମଣା ହେଉଛି । ପୂର୍ବରୁ ସେ ସ୍ପଷ୍ଟ କରିଛନ୍ତି ଯେ, ଆରସିବି ବିନା ଅନ୍ୟ କୌଣସି ଟିମ ପକ୍ଷରୁ ଖେଳିବେ ନାହିଁ । ଏଥିରୁ କୋହଲି ଅନ୍ୟ ଫ୍ରାଂଚାଇଜକୁ ଯିବା ପ୍ରଶ୍ନ ଉଠୁନି । କର୍ମଶିଆଲ କଂଟ୍ରାକ୍ଟରେ ଫ୍ରାଂଚାଇଜ ଯେଉଁ କମ୍ପାନୀ ସହ ଚୁକ୍ତି କରିଥାଏ ସେହି ଦଳରେ ଥିବା ଖେଳାଳିମାନେ କମ୍ପାନୀର ବିଜ୍ଞାପନ ଓ ଅନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଖେଳାଳି ସହିତ ଏ ଭଳି ଚୁକ୍ତି ହୋଇଥାଏ ।

Comments are closed.