ଭଦ୍ରକ: ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷଠାରୁ ପ୍ରତିବର୍ଷ ୯ ଦିନ ଧରି କାଳୀ ପୂଜା ଆୟୋଜନ ହେବ । ଅକ୍ଟୋବର ୨୯ରେ ଭସାଣ ଉତ୍ସବ ଲାଗି ସ୍ଥିର କରାଯାଇଛି। ଏହାସହ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ପ୍ରମୁଖ ୧୦ ମଣ୍ଡପକୁ ୫୦ ହଜାର ଟଙ୍କା ସହାୟତା ରାଶି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଟ୍ରୁପ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ଏଥିସହ ଦିବ୍ଯାଙ୍ଗଙ୍କ ସୁବିଧା ଲାଗି ସହରର ଗୋଟିଏ ସ୍ଥାନରେ ଭର୍ଚୁଆଲ ମାଧ୍ଯମରେ କାଳୀପୂଜା ଦର୍ଶନର ବ୍ଯବସ୍ଥା କରାଯାଇଛି । ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ଭଦ୍ରକର କାଳୀପୂଜାକୁ ଏଥର ଆହୁରି ଭବ୍ଯ ଓ ଦିବ୍ଯ କରାଯିବ। ଏଥିଲାଗି ପୂଜା ମହୋତ୍ସବର ସମୟସୀମା ୭ ଦିନରୁ ୯ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।
ଅନୁଷ୍ଠିତ ବୈଠକରେ ଭଦ୍ରକ ବିଧାୟକ , ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ଓ ଭଦ୍ରକ ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.