Latest Odisha News

BREAKING NEWS

ସାମୀ କହିଲେ ଫିଟନେସ ନେଇ ଚୟନ କମିଟିକୁ ଅପଡେଟ ଦେବା ମୋ କାମ ନୁହେଁ

ନୂଆଦିଲ୍ଲୀ: ଷ୍ଟାର ପେସ ବୋଲର ମହମ୍ମଦ ସାମୀଙ୍କୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିନି । ଅସନ୍ତୁଷ୍ଟ ସାମୀ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଫିଟନେସ ସମ୍ପର୍କରେ ଅପଡେଟ ଦେବା ମୋ କାର୍ଯ୍ୟ ନୁହେଁ । ଏନସିଏ ଏ ସମ୍ପର୍କରେ ଆପଣଙ୍କୁ ସଠିକ ତଥ୍ୟ ପ୍ରଦାନ କରିପାରିବ । ମୁଁ ରଣଜୀ ଟ୍ରଫି ଖେଳି ଫିଟ ଅଛି ବୋଲି ପ୍ରମାଣିତ କରିବାକୁ ଚାହୁଁଛି । ଯଦି ମୁଁ ୪ ଦିବସୀୟ ମ୍ୟାଚ ଖେଳିପାରୁଛି ତେବେ ଦିିନିକିଆ ଖେଳିବାରେ ସମସ୍ୟା କେଉଁଠାରେ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ସେ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରେ ସେ ଆଉ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । କ୍ରମାଗତ ଆଘାତ ସମସ୍ୟା ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରୁଛି । ୨୦୨୩ ବିଶ୍ୱକପ ପରେ ସେ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ । ୨୦୨୩ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ସେ ଆଉ ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି । ସାମୀ ଆହୁରି ମଧ୍ୟ କହିଛନ୍ତି, ମୋତେ ଭାରତୀୟ ଦଳ ପାଇଁ ଚୟନ କରାଗଲେ ନିଶ୍ଚିତ ଭାବେ ମନପ୍ରାଣ ଦେଇ ଖେଳିବି । କ୍ରମାଗତ ଉଦ୍ୟମ ଜଣେ ଖେଳାଳିଙ୍କ ପ୍ରକୃତ ସଂଘର୍ଷ ବୋଲି ସେ କହିଛନ୍ତି ।

Comments are closed.