ମୁମ୍ବାଇ: ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ନିଧନ ହୋଇଯାଇଛି। ସେ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।
ସୂଚନା ଅନୁଯାୟୀ, ପଙ୍କଜ କର୍କଟ ରୋଗ ସହ ଲଢ଼ି ସଫଳତା ପାଇଥିଲେ। କିନ୍ତୁ ଗତ କିଛି ମାସ ମଧ୍ୟରେ ତାଙ୍କୁ ପୁଣି ଥରେ କର୍କଟ ହୋଇଥିଲା। ଫଳରେ ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ରୋଗ ଯୋଗୁଁ ତାଙ୍କର ବଡ଼ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା କିନ୍ତୁ ତାଙ୍କୁ ବଞ୍ଚାଇ ପାରି ନଥିଲେ ଡାକ୍ତର। ପଙ୍କଜଙ୍କ ମୃତ୍ୟୁ ଖବରରେ ଟେଲି ଜଗତରେ ଶୋକରେ ଛାୟା ଖେଳିଯାଇଛି।
CINTAA ମଧ୍ୟ ପଙ୍କଜଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛି।ଏକ ବିବୃତ୍ତିରେ କୁହାଯାଇଛି ଯେ ଅଭିନେତାଙ୍କ ମୃତ୍ୟୁ ଅକ୍ଟୋବର ୧୫ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ଅପରାହ୍ନ ୪ଟା ୩୦ମି.ରେ ମୁମ୍ବାଇର ଭିଲେ ପାର୍ଲେରେ ଅନୁଷ୍ଠିତ ହେବ। ପଙ୍କଜ CINTAAର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ।
ପଙ୍କଜ ଟିଭି ଏବଂ ଚଳଚ୍ଚିତ୍ର ଜଗତରେ ଅନେକ ପ୍ରୋଜେକ୍ଟରେ କାମ କରିଥିଲେ। ଯଦିଓ ତାଙ୍କୁ ୧୯୮୮ରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ କରିଦେଇଥିଲେ।
ସେ ଚନ୍ଦ୍ରକାନ୍ତ ଏବଂ ଦି ଗ୍ରେଟ୍ ମରାଠା ସମେତ ଅନେକ ପୌରାଣିକ ଶୋ’ର ଅଂଶ ଥିଲେ। ପଙ୍କଜ ହିନ୍ଦୀ ଚଳଚ୍ଚିତ୍ର ସୋଲଜର, ବାଦଶାହା, ସଡକ ଆଦି ଫିଲ୍ମ ଉତ୍କୃଷ୍ଟ କାମ କରିଥିଲେ।
Comments are closed.