Latest Odisha News

BREAKING NEWS

ନୂଆପଡାରେ ସରଗରମ ରାଜନୀତି, କଂଗ୍ରେସ ଓ ବିଜେପିରେ ମିଶିଲେ ଅନେକ କର୍ମୀ

ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତେ ବଢିବାରେ ଲାଗିଛି । ବିଜେପି ଓ କଂଗ୍ରେସ ନେତା ମାନେ ନିଜ ଦଳରେ ଅନ୍ୟ ଦଳର କର୍ମୀଙ୍କୁ ମିଶ୍ରଣ କରୁଛନ୍ତି । ବିଜେପି ବିଦ୍ଧିବଦ୍ଧଭାବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିରାଟ ମିଶ୍ରଣ ପର୍ବର ଆୟୋଜନ ହୋଇଛି । ଏହି ମିଶ୍ରଣ ପର୍ବରେ ବହୁତ ବିଜେଡି ଓ କଂଗ୍ରେସ କର୍ମୀ ମିଶିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଆଜି ଜୟ ଢୋଲକିଆଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ସମସ୍ତ କର୍ମୀଙ୍କୁ ନେଇ ଆଗକୁ ଯିବି ବୋଲି ସେ କହିଛନ୍ତି।

ଆସନ୍ତାକାଲି ଜୟ ଢୋଲକିଆ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ସେପଟେ ବିଜେପି ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଟାକ୍ଷ କରିଛି କଂଗ୍ରେସ । ଆଗରୁ ବିଜେପି ଭୋଟ ଚୋରି କରୁଥିଲା ଏବେ ପ୍ରାର୍ଥୀ ଚୋରି କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ନୂଆପଡାରେ ବିଜେପିର ଯେତେ ନେତା ଓ କର୍ମୀ ଥିଲେ ସମସ୍ତେ କଣ ଅକର୍ମଣ୍ୟ, ପ୍ରାର୍ଥୀ ଚୋରି କରି ସେମାନଙ୍କ ଭାବନାକୁ ବିଜେପି କଷ୍ଟ ଦେଇଛି ବୋଲି ପିସିସି ସଭାପତି କହିଛନ୍ତି । ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଏଠାରେ ଘାସିରାମ ମାଝୀ ବିଜୟୀ ହେବେ ବୋଲି ସେ କହିଛନ୍ତି ।

ନୂଆପଡାରେ ବିଜେପି ଓ କଂଗ୍ରେସ, ମିଶ୍ରଣ ପର୍ବ ଜାରି ରଖିଛନ୍ତି । ସମସ୍ତେ ନିଜ ଦଳକୁ ଭୋଟରଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି । ତେବେ ପ୍ରକୃତରେ ଏମାନଙ୍କ ମଧ୍ୟରୁ କିଏ ବାଜି ମାରିବ ତାହା ଆଗାମୀ ଦିନରେ ହିଁ ଜଣା ପଡିବ ।

 

Comments are closed.