Latest Odisha News

BREAKING NEWS

କଂଗ୍ରେସ ଭବନ ଆଗରେ ନାଣ୍ଡୁ ବାବୁଙ୍କ ହାଇଡ୍ରାମା, ଗେଟ୍‌ରେ ପଡ଼ିଲା ତାଲା

ଭୁବନେଶ୍ୱର: କଂଗ୍ରେସ ଭବନରେ ହାଇଡ୍ରାମା, ନାଣ୍ଡୁବାବୁ ଜିନ୍ଦାବାଦ ନାରାରେ କମ୍ପିଥିଲା କଂଗ୍ରେସ ଭବନ । ବଡଚଣାରୁ ଆସିଥିଲେ ହଜାର ହଜାର ସମର୍ଥକ । ସାଙ୍ଗରେ ଥିଲେ ଯାତ୍ରା ମାଲିକତଥା କଂଗ୍ରେସ ନେତା ନାଣ୍ଡୁ ବାବୁ । ଫୁଲ ହାର ଦେଇ ସମର୍ଥକ ମାନେ ତାଙ୍କୁ ପାଛୋଟି ଆଣିଥିଲେ । ହେଲେ କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚିବା ପରେ ବଦଳିଗଲା ସ୍ଥିତି । କଂଗ୍ରେସ ଭବନ ଗେଟ ତାଲା ପକାଇଦେଲେ କଂଗ୍ରେସ ଅଫିସର କର୍ମକର୍ତ୍ତା । ନାଣ୍ଡୁ ବାବୁଙ୍କୁ କଂଗ୍ରେସରେ ମିଶିବାର ପରମିସନ ନାହିଁ କୁହାଗଲା । ବାସ ଏତିକି କହିବା ପରେ ନାରାବାଜି ଆରମ୍ଭ ହୋଇଥିଲା । ଆଉ ପୋଲିସ ନାଣ୍ଡୁ ବାବୁଙ୍କୁ ଘେରିଯାଇଥିଲେ ।

ନାଣ୍ଡୁ ବାବୁଙ୍କୁ ଏ ବାବଦରେ ପଚାରିବାରୁ ମୋତେ ଆଜି ମିଶିବା ପାଇଁ କୁହାଯାଇଥିଲା । ହେଲେ ମୋତେ ପୁରାଇଲେ ନାହିଁ । ମୁଁ କଂଗ୍ରେସ କର୍ମୀ, ରାହୁଲ ଗାନ୍ଧି ମୋ ଆଦର୍ଶ । କଂଗ୍ରେସରେ ଅଛି ରହିବି କହିଛନ୍ତି ନାଣ୍ଡୁ । କଂଗ୍ରେସ ନାଣ୍ଡୁବାବୁଙ୍କୁ ନମିଶାଇ ଭୂଲ କଲା । ତଥାପି ଆମେ କଂଗ୍ରେସ ସହ ରହିଛୁ ରହିବୁ । ଆଜି ନାଣ୍ଡୁ ବାବୁଙ୍କ ଜନସମର୍ଥନ କଂଗ୍ରେସ ଦେଖିଲା । ଆଗାମୀ ଦିନରେ ମଧ୍ୟ କଂଗ୍ରେସ ଦେଖିବ ବୋଲି କଂଗ୍ରେସ କର୍ମୀମାନେ କହିଛନ୍ତି । ବଡଚଣାରେ ସେମିତି କୌଣସି କଂଗ୍ରେସ ନେତା ନାହାଁନ୍ତି , କେବଳ ନାଣ୍ଡୁ ବାବୁ ହିଁ କଂଗ୍ରେସକୁ ସେଠାରେ ମଜବୁତ କରିପାରିବେ ବୋଲି କୁହାଯାଇଛି ।

ନାଣ୍ଡୁ ବାବୁଙ୍କୁ ନେଇ ଦିନ ତମାମ କଂଗ୍ରେସ ଭବନ ଆଗରେ ହାଇଡ୍ରାମା ହୋଇଥିଲା । ବଡଚଣାର କଂଗ୍ରେସ କର୍ମୀମାନେ ନାଣ୍ଡୁ ବାବୁ କଂଗ୍ରେସରେ ମିଶନ୍ତୁ ବୋଲି ଚାହିଁଥିଲେ । ହେଲେ କଂଗ୍ରେସ ଭବନରେ ତାଙ୍କୁ ପୁରାଇ ନଦେବାରୁ ସ୍ଥିତି ବିଗିଡିଥିଲା । ତେବେ ନାଣ୍ଡୁ ବାବୁଙ୍କ ପ୍ରଭାବ କଂଗ୍ରେସ ଉପରେ କି ପ୍ରକାର ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

Comments are closed.