Latest Odisha News

BREAKING NEWS

ଅକ୍ଟୋବର ୧୮ରୁ ଶିମିଳିପାଳ ବୁଲିପାରିବେ ପର୍ଯ୍ୟଟକ 

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବାକୁ ଯାଉଛି।

ମୌସୁମୀ ବିଦାୟ ତଥା ପର୍ଯ୍ୟଟନ ଋତୁକୁ ନଜରରେ ରଖି ଅଭୟାରଣ୍ୟ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁଯାୟୀ ଚଳିତ ଥର ପିଠାବଟା ଓ କାଳିକାପ୍ରସାଦ ଦେଇ ମାତ୍ର ୨ଟି ଫାଟକରେ ପ୍ରବେଶ ଅନୁମତି ମିଳିବ।

ଏଥିସହିତ ପିଠାବଟା ଦେଇ ଦୈନିକ ୨୫ଟି ଚାରିଚକିଆ ଯାନ ପ୍ରବେଶ ଅନୁମତି ଦିଆଯିବା ସହ କାଳିକାପ୍ରସାଦ ଫାଟକ ଦେଇ ଦୈନିକ ୩୫ଟି ଚାରି ଚକିଆ ଯାନ ପ୍ରବେଶ ଅନୁମତି ମିଳିବ। ତେବେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ଫେରିବାକୁ କୁହାଯାଇଛି।

Comments are closed.