AFC U17 Women’s Asian Cup Qualification: ଇତିହାସରେ ପ୍ରଥମ ; AFC U-17 ମହିଳା ଏସିଆ କପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତ
ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ୍ ଦଳ ଶୁକ୍ରବାର ଦିନ ଏକ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୧୭ ଅକ୍ଟୋବର ଶୁକ୍ରବାର ଦିନ ବିଶକେକର ଡୋଲେନ୍ ଓମୁରଜାକୋଭ୍ ଷ୍ଟାଡିୟମରେ (Dolen Omurzakov Stadium, Bishkek) ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଉଜବେକିସ୍ତାନକୁ(India Vs Uzbekistan) ୨-୧ ଗୋଲରେ ପରାସ୍ତ କରିଥିଲା ଭାରତ । ଫଳରେ ପ୍ରଥମ ଥର ପାଇଁ AFC U17 ମହିଳା ଏସୀୟ କପ୍ ପାଇଁ ଯୋଗ୍ୟତା ହାସଲ କରିଛି ଟିମ୍ ଇଣ୍ଡିଆ ।
ସୂଚନାଥାଉକି, ମ୍ୟାଚର ୩୮ତମ ମିନିଟରେ ଉଜବେକିସ୍ତାନର ଶଖଜୋଦା ଆଲିଖୋନୋଭା ଭାରତ ବିପକ୍ଷରେ ପ୍ରଥମ ଗୋଲ୍ କରିଥିଲେ । ଏହାପରେ ଟିମ୍ ଇଣ୍ଡିଆ ୫୫ତମ ମିନିଟରେ ବାସ୍କ ଉଜବେକିସ୍ତାନ ବିପକ୍ଷରେ ଗୋଲ କରି ସ୍କୋର ବରାବାର କରିଥିଲେ ଏବଂ ୬୬ତମ ମିନିଟରେ ଅନୁଷ୍କା କୁମାରୀ ୨ୟ ଗୋଲ୍ କରି ଉଜବେକିସ୍ତାନକୁ ପରାସ୍ତ କରିଛନ୍ତି ।
ଏହି ବିଜୟ ସହିତ ଭାରତ ୬ ପଏଣ୍ଟ ସହିତ ଗ୍ରୁପ୍ G ରେ ଶୀର୍ଷରେ ପହଞ୍ଚିଛି ଏବଂ ଆସନ୍ତା ବର୍ଷ ଚୀନ୍ରେ ହେବାକୁ ଥିବା AFC ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ବୟସ ବର୍ଗରେ ଏହା ସେମାନଙ୍କର ପ୍ରଥମ ମହାଦେଶୀୟ ଯୋଗ୍ୟତା।
ୟଙ୍ଗ ଟାଇଗ୍ରେସେସ୍ ଶେଷ ଥର ପାଇଁ ରେ AFC U17 ମହିଳା ଏସୀୟ କପ୍ ରେ ଅଂଶଗ୍ରହଣ କରିଥିଲା, ଯେତେବେଳେ ୧୧ଟି ଦଳ ସିଧାସଳଖ ଅଂଶଗ୍ରହଣ କରିଥିଲେ।
Comments are closed.