Latest Odisha News

BREAKING NEWS

ଭାଇରାଲ ହେଲା ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକଙ୍କ ଭିଡିଓ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚରେ ଟିମ ଇଣ୍ଡିଆର ଉପ ଅଧିନାୟକ ଶ୍ରେୟାଶ ଆୟର ଆଭରେଜ ପ୍ରଦର୍ଶନ କରିଥିଲେ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଶ୍ରେୟାଶ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ମ୍ୟୁଜିକ ଭିଡିଓ ବୁଲେଟ ଆଶିକାନାରେ ଡ୍ୟାନ୍ସ କରିଛନ୍ତି ।

ରବିବାର ଏକ ମୋବାଇଲ ଗେମିଂ ପ୍ଲାଟଫର୍ମର ଏହା ଦୀପାବଳୀ ଥିମ କ୍ୟାମ୍ପେନର ଏହି ଭିଡିଓ ରହିଥିଲା । ଶ୍ରେୟାଶଙ୍କ ନୂଆ ଅବତାର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଅଦାଙ୍କ ସହ ତାଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଛି । ଶ୍ରେୟାଶ ପ୍ରଥମ ଦିିନିକିଆରେ ୨୪ ବଲରେ ୧୧ ରନ କରି ଜୋଶ ହାଜେଲଉଡଙ୍କ ବୋଲିଂରେ ଆଉଟ ହୋଇଥିଲେ ।

Comments are closed.