ଭୁବନେଶ୍ବର:ରାତି ପାହିଲେ ଦୀପାବଳି । ତେବେ ଦୀପାବଳି ପାଇଁ କାଲି ଅପରାହ୍ଣରେ ଚାଲିବନି ‘ଆମ ବସ୍’। ଆସନ୍ତାକାଲି ଅପରାହ୍ଣ ୩ଟାରୁ ‘ଆମ ବସ୍’ ବନ୍ଦ । ରବିବାର ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ସୂଚନା ଦେଇଛି ।
ଏହାର ଏକ୍ସ ହ୍ୟାଣ୍ଡେଲରେ CRUT କହିଛି ଯେ ଦୀପାବଳି ପର୍ବ ଉପଲକ୍ଷେ, ଆମ ବସ୍ ସେବା ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୦ ତାରିଖରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ଷମ ସହରଗୁଡ଼ିକରେ ଉପଲବ୍ଧ ହେବ ।
୨୦.୧୦.୨୦୨୫ ଦିନ ୩ଟା ପର୍ଯ୍ୟନ୍ତ ହେଲ୍ପଲାଇନ୍ ସେବା ମଧ୍ୟ ଉପଲବ୍ଧ ରହିବ। ନିୟମିତ ସେବା ଅକ୍ଟୋବର ୨୧ ତାରିଖରେ ପୁଣି ଆରମ୍ଭ ହେବ।
Comments are closed.