Latest Odisha News

BREAKING NEWS

ବାଣ ଭିଡ଼ିବା ବେଳେ ବିସ୍ଫାରଣ, ମେଡିକାଲ୍‌ ନେବା ବେଳେ ଗୁରୁତର ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: କଇଠଡ଼ା ଗାଁରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କଇଠଡ଼ା ଗ୍ରାମରେ ଦୀପାବଳୀ ପାଇଁ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ମେଡିକାଲ ଯିବାବେଳେ ଚାଲିଗଲା ଜୀବନ। ମୃତ ଯୁବକ ଜଣଙ୍କ କଇଠଡ଼ା ଗ୍ରାମର ପିଣ୍ଟୁ ପଲେଇ(୨୭ବର୍ଷ) ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ କୈଠଡା ଗାଁର ଅନାଦି ପଲେଇଙ୍କ ପୁଅ ପିଣ୍ଟୁ ପଲେଇ ନିଜ ଘରେ ଦୀପାବଳି ପାଇଁ ବାଣ ଭିଡୁ ଥିଲେ। ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ପିଣ୍ଟୁଙ୍କ ଡାହାଣ ହାତ କହୁଣୀରୁ ଏବଂ ଡାହାଣ ଗୋଡ ଆଣ୍ଠୁ ଠାରୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ସିଡି ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଟିଣ ଛପର ଉଡି ଯାଇଥିଲା ଏବଂ କାନ୍ଥଗୁଡିକ ମଧ୍ୟ ଭୁଶୁ ପଡିଥିଲା।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତଳ ଘରର ମଧ୍ୟ କବାଟ, ଦୁଆର ବନ୍ଧ ଭାଙ୍ଗି ଯାଇଥିବା ବେଳେ କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହୋଇଛି। ତଳ ଘରେ ଥିବା ଫ୍ରିଜଟି ମଧ୍ୟ ବିସ୍ଫୋରଣରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତେବେ ସେହି ସିଡି ରୁମରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣଙ୍କ ପଡ଼ି ରହିଥିବା ବେଳେ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପୁଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.