Latest Odisha News

ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ ଏହାକୁ ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଏହି ଦୀପାବଳି ତାଙ୍କ ପାଇଁ ସ୍ୱତନ୍ତ୍ର । “ଦୀପାବଳି ପର୍ବ ସମୟରେ, ସମସ୍ତେ ନିଜ ପରିବାର ସହିତ ଦୀପାବଳି ପାଳନ କରିବାକୁ ମନ କରିଥାନ୍ତି । ମୁଁ ମଧ୍ୟ ମୋ ପରିବାର ସଦସ୍ୟଙ୍କ ସହିତ ଦୀପାବଳି ପାଳନ କରିବାର ଅଭ୍ୟାସରେ ପଡ଼ିଯାଇଛି ଏବଂ ତେଣୁ, ମୁଁ ମୋ ପରିବାର ସଦସ୍ୟମାନଙ୍କ ସହିତ ଏହି ଦୀପାବଳି ପାଳନ କଲି ।

ସେ କହିଥିଲେ, “ସମୁଦ୍ର ଜଳରେ ଝଲସୁଥିବା ସୂର୍ଯ୍ୟଙ୍କ କିରଣ ହେଉଛି ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପାବଳି ଦୀପ… ଏଗୁଡ଼ିକ ହେଉଛି ଆମର ଦିବ୍ୟ ଦୀପ ମାଳା । ମୋର ସୌଭାଗ୍ୟ ଯେ, ନୌସେନାଙ୍କ ମଧ୍ୟରେ ଦୀପାବଳି ପାଳନ କରୁଛି । ବିକ୍ରାନ୍ତ ଜାହାଜରେ ପାଳିତ ଦୀପାବଳିକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ଏଠାକାର ସୈନିକମାନେ ଯେପରି ଭାବନା ପ୍ରକାଶ କରନ୍ତି, କୌଣସି କବି ସେହି ଭାବନାକୁ ପ୍ରକାଶ କରିପାରିବେ ନାହିଁ।”

ଏହି ଅବସରରେ ମୋଦି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଦେଶର ୧୦୦ରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା । ଏବେ ମାଓବାଦୀ ଅସ୍ତ୍ରଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । କିନ୍ତୁ ଏବେ ମାତ୍ର ୩ଟି ଜିଲ୍ଲାରେ ସକ୍ରିୟ ଅଛନ୍ତି ମାଓବାଦୀମାନେ । ଏସବୁ କେବଳ ଆମ ସୁରକ୍ଷାବଳଙ୍କ ପରାକ୍ରମ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.