Latest Odisha News

BREAKING NEWS

ଏହି ସିରିଜରେ ହୋଇପାରେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ଓ ଟି୨୦ ସିରିଜରୁ ବାଦ ପଡିଥିଲେ । ରିପୋର୍ଟ ମୁତାବକ ହାର୍ଦ୍ଦିକ ଏବେ ଦିନକୁ ଦିନ ଫିଟ ହେବାରେ ଲାଗିଛନ୍ତି । ଯେତେଦୂର ସମ୍ଭବ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତନ କରିବେ । ଏହା ପୂର୍ବରୁ ସେ ୪ ସପ୍ତାହ ବେଙ୍ଗାଲୁର ସ୍ଥିତ ସେଂଟର ଅଫ ଏକ୍ସଲେନ୍ସରେ ପ୍ରଶିକ୍ଷଣ ନେବେ । ଆସନ୍ତା ମାସରେ ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ଆସିବ । ଏହି ଗସ୍ତରେ ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟି୨୦ ସିରିଜ ଖେଳିବ ।

ନଭେମ୍ବର ୩୦ରୁ ସୀମିତ ଓଭର ବିଶିଷ୍ଟ ସିରିଜ ଆରମ୍ଭ ହେବ । ବିସିସିଆଇ ମେଡିକାଲ ଟିମଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ସେ ପ୍ରଶିକ୍ଷଣ ନେବେ । ଅକ୍ଟୋବର ୨୨ରୁ ହାର୍ଦ୍ଦିକ ପୂନର୍ବାର ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି । ଏସିଆ କପ ଅବସରରେ ଆଘାତପ୍ରାପ୍ତ ହେବା ଯୋଗୁ ୩୨ ବର୍ଷୀୟ ହାର୍ଦ୍ଦିକ ପାକିସ୍ତାନ ବିପକ୍ଷ ହାଇପ୍ରୋଫାଇଲ ଫାଇନାଲ ମ୍ୟାଚରେ ଖେଳି ପାରି ନ ଥିଲେ । ହାର୍ଦ୍ଦିକଙ୍କ ପରି ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଟିମ କମ୍ବିନେଶନ ବିଗାଡି ଦେଇଥାଏ ବୋଲି ବ୍ୟାଟ୍ସମ୍ୟାନ କୋଚ ସୀତାଂଶୁ କୋଟାକ କହିଛନ୍ତି ।

Comments are closed.