ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିିନିକିଆ ମ୍ୟାଚ ଆଡିଲେଡରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ରୋହିତ ନେଟ ପ୍ରାକ୍ଟିଶ ସବୁଠାରୁ ଆଗରେ ପଂହଚିଥିଲେ । ସେଠାରେ ସେ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଅଭ୍ୟାସ ସେଶନ ପରେ ହୋଟେଲକୁ ରୋହିତ ଫେରୁଥିବା ବେଳେ ତାଙ୍କ ମନ ଦୁଃଖ ଥିବା ଭଳି ଅନୂଭବ ହୋଇଥିଲା । ସେ ନିରାଶ ଥିଲେ । ଯାହାକି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ପ୍ରାୟତଃ ରୋହିତ ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଜାକିଆ ଢ଼ଙ୍ଗରେ କଥା ହୋଇଥାନ୍ତି ।
ଅଭ୍ୟାସ ସେଶନ ସମୟରେ କୋଚ ଗୌତମ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ସଦସ୍ୟ ଶିବ ସୁନ୍ଦର ଦାସ ଯୁବ ଓପନର ଯଶସ୍ୱୀ ଜୈସୱାଲଙ୍କ ସହ ଦୀର୍ଘ ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିିନିକିଆରେ ଚୂଡାନ୍ତ ଏକାଦଶ କିପରି ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରୋହିତଙ୍କ ନୈରାଶ୍ୟ ଭାବ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ରୋହିତଙ୍କ ବିକଳ୍ପ ଭାବେ ଚୟନ କମିଟି ଯଶସ୍ୱୀଙ୍କ ଉପରେ ଭରୋଷା କରିବା ଆରମ୍ଭ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।
Comments are closed.