ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ନିକଟସ୍ଥ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ଜଣ ଯୁବକ । ମୃତ ଅବସ୍ଥାରେ ଦୁଇ ଜଣକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଅନ୍ୟ ଜଣେ ନିଖୋଜ ରହିଛନ୍ତି । ସେମାନେ ହେଉଛନ୍ତି ଶିଶିର ବେହେରା, ଅମନଜିତ ମଲ୍ଲିକ ଓ ଅନ୍ୟ ଜଣେ ହେଉଛନ୍ତି ସୌରଭ ମଲ୍ଲିକ ।
ତିନି ଜଣଙ୍କର ଘର କ୍ରିଷ୍ଣାନନ୍ଦପୁର ଗାଁରେ ଥିବା ସୂଚନା ରହିଛି ।
ସୂଚନାଥାଉକି, ପ୍ରଥମେ ଶିଶିର ବେହେରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅଗ୍ନିଶମ ବାହିନୀ ସୌରଭ ମଲ୍ଲିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି ।
ଅନ୍ୟପଟେ ବେଆଇନ ବାଲି ଖୋଳା ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
Comments are closed.