Latest Odisha News

BREAKING NEWS

କୋହଲିଙ୍କୁ ଦେଖି କ୍ରିକେଟକୁ ଆସିଥିଲେ, ଏବେ ନେଲେ ୱିକେଟ

ଆଡିଲେଡ:ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପେସ ବୋଲର ଜେଭିୟର ୱାର୍ଟଲେଟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ୱାର୍ଟଲେଟ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୱିକେଟ ନେଇଥିଲେ । ସେ ୩ଟି ବଲ ଆଉଟ ସୁଇଂ ପକାଇବା ପରେ ୪ର୍ଥ ବଲ ଇନ ସୁଇଂ ପକାଇଥିଲେ । କୋହଲି ଏହା ବୁଝି ନ ପାରି ଏଲବିଡବ୍ଲ୍ୟୁ ଆଉଟ ହୋଇଥିଲେ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୱାର୍ଟଲେଟ କିଙ୍ଗ କୋହଲିଙ୍କ ଜବରଦସ୍ତ ପ୍ରଶଂସକ ଅଟନ୍ତି ।

୨୦୧୨ରେ କୋହଲି ଏଠାରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ସମୟରେ ୧୨ ବର୍ଷୀୟ ୱାର୍ଟଲେଟ ବେଶ ପ୍ରଭାବିତ ହୋଇଥିଲେ । ସେବେଠାରୁ ସେ କୋହଲିଙ୍କ ପ୍ରଶଂସକ ହୋଇ ରହିଛନ୍ତି । ସନ୍ତରଣରେ ନାମ କମାଇବା ଲକ୍ଷ୍ୟ ରଖିଥିବା ୱାର୍ଟଲେଟ ଏହା ପରେ କ୍ରିକେଟ ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇଥିଲେ । ୧୭ ବର୍ଷ ବୟସରେ କ୍ୱିନ୍ସଲାଣ୍ଡ ତାଙ୍କ ସହ ଚୁକ୍ତି କରିଥିଲା । ଏହା ପରେ ୨୦୧୮ରେ ସେ ୧୯ ବର୍ଷରୁ କମ ବିଶ୍ୱକପରେ ମଧ୍ୟ ଖେଳିଥିଲେ । ତାଙ୍କ ଆଦର୍ଶ ଖେଳାଳିଙ୍କୁ ସେ ଆଉଟ କରିଥିବାରୁ ଗର୍ବ ଅନୁଭବ କରୁଛନ୍ତିି ।

Comments are closed.