ଆଡିଲେଡ: ବିରାଟ କୋହଲି ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ମୁକାବିଲାରେ ଭାରତ ୨ଟି ମ୍ୟାଚରେ ହାରି ଆଗୁଆ ସିରିଜ ପରାଜୟବରଣ କରିଛି । ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଡିଲେଡ ମ୍ୟାଚ ପରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଶ୍ୱୀନ ତ୍ରିରଙ୍ଗା ଫଟୋ ରଖିବା ସହ ତଳେ ଜଷ୍ଟ ଲିଭ ଇଟ ଲେଖିଛନ୍ତି । ପ୍ରଶଂସକମାନେ ଏହାକୁ କୋହଲିଙ୍କ ପ୍ରଦର୍ଶନ ସହ ଯୋଡି ଦେଖୁଛନ୍ତି । ଅଶ୍ୱୀନ ପରୋକ୍ଷରେ କୋହଲିଙ୍କୁ ଅବସର ନେଇଯିବା ପାଇଁ କହୁଥିବା କେତେକ ରିପୋର୍ଟରେ ଉଲ୍ଲେଖ କରିଛି ।
ଅନ୍ୟ ଏକ ରିପୋର୍ଟରେ ବିଫଳତାକୁ ଭୁଲି ଆଗକୁ ବଢ଼ିବା ପାଇଁ ସେ ପରାମର୍ଶ ଦେଇଥିବା ଅନୁମାନ କରାଯାଉଛି । କୋହଲିଙ୍କ କ୍ରମାଗତ ବିଫଳତା ତାଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି । କ୍ରିକେଟ ତୁମକୁ ଛାଡିବା ପୂର୍ବରୁ ତୁମେ କ୍ରିକେଟ ଛାଡିଦିଅ ବୋଲି ଜଣେ ପୂର୍ବତନ କ୍ରିକେଟର ଲେଖିଛନ୍ତି । ଉଭୟ ଇନସୁଇଂ ଓ ଆଉଟ ସୁଇଂ ବୋଲିଂରେ ତାଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି । ତେବେ କୋହଲି ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଆଗକୁ ବଢ଼ିବେ ନାଁ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।
BREAKING NEWS
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
Comments are closed.