ଆଡିଲେଡ: ବିରାଟ କୋହଲି ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ମୁକାବିଲାରେ ଭାରତ ୨ଟି ମ୍ୟାଚରେ ହାରି ଆଗୁଆ ସିରିଜ ପରାଜୟବରଣ କରିଛି । ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଡିଲେଡ ମ୍ୟାଚ ପରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଶ୍ୱୀନ ତ୍ରିରଙ୍ଗା ଫଟୋ ରଖିବା ସହ ତଳେ ଜଷ୍ଟ ଲିଭ ଇଟ ଲେଖିଛନ୍ତି । ପ୍ରଶଂସକମାନେ ଏହାକୁ କୋହଲିଙ୍କ ପ୍ରଦର୍ଶନ ସହ ଯୋଡି ଦେଖୁଛନ୍ତି । ଅଶ୍ୱୀନ ପରୋକ୍ଷରେ କୋହଲିଙ୍କୁ ଅବସର ନେଇଯିବା ପାଇଁ କହୁଥିବା କେତେକ ରିପୋର୍ଟରେ ଉଲ୍ଲେଖ କରିଛି ।
ଅନ୍ୟ ଏକ ରିପୋର୍ଟରେ ବିଫଳତାକୁ ଭୁଲି ଆଗକୁ ବଢ଼ିବା ପାଇଁ ସେ ପରାମର୍ଶ ଦେଇଥିବା ଅନୁମାନ କରାଯାଉଛି । କୋହଲିଙ୍କ କ୍ରମାଗତ ବିଫଳତା ତାଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି । କ୍ରିକେଟ ତୁମକୁ ଛାଡିବା ପୂର୍ବରୁ ତୁମେ କ୍ରିକେଟ ଛାଡିଦିଅ ବୋଲି ଜଣେ ପୂର୍ବତନ କ୍ରିକେଟର ଲେଖିଛନ୍ତି । ଉଭୟ ଇନସୁଇଂ ଓ ଆଉଟ ସୁଇଂ ବୋଲିଂରେ ତାଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି । ତେବେ କୋହଲି ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଆଗକୁ ବଢ଼ିବେ ନାଁ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।
BREAKING NEWS
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଏହି ଦିନ ରିଲିଜ ହେବ “ମାଳିପୁଟ ମେଲୋଡିଜ୍”;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ

Comments are closed.