ନୂଆଦିଲ୍ଲୀ: ଆଗାମୀ ଜୁନିୟର ବିଶ୍ୱକପ ହକି ଭାରତରେ ଆୟୋଜିତ ହେବ । ରିପୋର୍ଟ ମୁତାବକ ପାକିସ୍ତାନ ଏହି ପ୍ରତିଯୋଗିତାରୁ ଓହରିଯାଇଛି । ଆନ୍ତର୍ଜାତୀୟ ହକି ମହାସଂଘ ଶୁକ୍ରବାର ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପାକିସ୍ତାନ ବଦଳରେ କେଉଁ ଦଳ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିବେ ତାହା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଏଫଆଇଏଚ ପକ୍ଷରୁ କୁହାଯାଇଛି । ହକି ବିଶ୍ୱକପ ୨୮ ନଭେମ୍ବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଆୟୋଜିତ ହେବ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଛି । ଭାରତର କୌଣସି ଖେଳ ଟିମ ପାକିସ୍ତାନ ଗସ୍ତରେ ଯାଉ ନାହିଁ । ପୂର୍ବରୁ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ମଧ୍ୟ ବନ୍ଦ ହୋଇଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ କେବଳ ନିରପେକ୍ଷ ସ୍ଥାନରେ ମ୍ୟାଚ ହେଉଛି । ପାକିସ୍ତାନ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ଭାରତରେ ଖେଳିବା ସମ୍ଭବପର ନୁହେଁ ବୋଲି ହକି ମହାସଂଘ ପକ୍ଷରୁ କୁହାଯାଇଛି ।
Comments are closed.