Latest Odisha News

BREAKING NEWS

ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ସିଡନୀରେ ଖେଳାଯିବ । ପ୍ରଥମ ୨ଟି ମ୍ୟାଚରେ ହାରି ଟିମ ଇଣ୍ଡିଆ ସିରିଜ ହାତଛଡା କରିଛି । ଏବେ ସମ୍ମାନ ବଂଚାଇବା ପାଇଁ ଖେଳିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । କୋହଲି ଏଠାରେ ୭ଟି ଦିିନିକିଆ ମ୍ୟାଚ ଖେଳିଛନ୍ତି । ୨୪.୩ ଆଭରେଜରେ ସେ ୧୪୬ ରନ କରିଛନ୍ତି । ସିଡନୀ କୋହଲିଙ୍କ ସର୍ବାଧିକ ସ୍କୋର ୮୯ ରହିଛି । ଅନ୍ୟ ଅର୍ଥରେ କାଗଜ କଲମରେ ସିଡନୀରେ ବିରାଟଙ୍କ ପ୍ରଦର୍ଶନ ଭଲ ରହି ନାହିଁ ।

ରୋହିତ ଆଡିଲେଡରେ ଚମତ୍କାର ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତିି । ସିଡନୀରେ ବି ତାଙ୍କ ପ୍ରଦର୍ଶନ ଓଭରାଲ ଭଲ ରହିଛି । ସେ ୨୦୦୮ରୁ ୨୦୧୯ ମଧ୍ୟରେ ୫ଟି ମ୍ୟାଚ ଖେଳି ୩୩୩ ରନ କରିଛନ୍ତିି । ଏଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ । ସିଡନୀରେ ରୋହିତ ଭାରତ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି କହିଲେ ଭୁଲ ହେବନି । ସଚିନ ତେନ୍ଦୁଲକର ୮ ମ୍ୟାଚରେ ଏଠାରେ ୩୧୫ ରନ ସଂଗ୍ରହ କରିଛନ୍ତି । କୋହଲିଙ୍କ ପାଇଁ ଏହା କର ବା ମର ସଦୃଶ ମ୍ୟାଚ ।

ଏହି ଦୁଇ ମହାନ ଖେଳାଳିଙ୍କ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ । ଅନ୍ତିମ ଦିିନିକିଆରେ ସେମାନେ ବ୍ୟକ୍ତିଗତ ଭଲ ପ୍ରଦର୍ଶନ କରିବା ସହ ବିଜୟ ସହ ଏହାକୁ ସ୍ମରଣୀୟ ରଖିବାକୁ ଚାହିଁବେ । ଶୁଭମନ ଗିଲ ଓ କେଏଲ ରାହୁଲ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ । ଚୂଡାନ୍ତ ଏକାଦଶରେ କୂଲଦୀପ ଯାଦବଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି । କୋଚ ଗୌତମ ଗମ୍ଭୀର ପ୍ରଥମ ୨ଟି ମ୍ୟାଚରେ କୂଲଦୀପଙ୍କୁ ବାହାରେ ରଖିବା ନେଇ ସମାଲୋଚିତ ହୋଇଛନ୍ତି ।

Comments are closed.