Latest Odisha News

BREAKING NEWS

ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ ପଶି ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଓ ପୁତୁରାକୁ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନାଥାଉକି, ଚନ୍ଦନପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷ ବୟସ୍କା ନାବାଳିକା ତାଙ୍କ ୭ ବର୍ଷୀୟା ସାନଭଉଣୀ ସହିତ ଗତ ୨୨ ତାରିଖ ରାତିରେ ଘରେ ଶୋଇଥିଲେ। ଏହି ସମୟରେ ତାଙ୍କ ପରିବାର ଲୋକେ କାଳୀଙ୍କ ଭଷାଣି ଯାତ୍ରା ଦେଖିବାକୁ ଯାଇଥିଲେ। ତେଣୁ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ସମ୍ପର୍କୀୟ ଦାଦା ଓ ଭାଇ ମିଶି ରାତି ୪ଟା ସମୟରେ ତାଙ୍କ ଘରେ ପଶି ନାବାଳିକାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ଫେରିବା ପରେ ନାବାଳିକା ଜଣକ ସେମାନଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ, ଏହି ସୂଚନା ଦେଇଛନ୍ତି ଚନ୍ଦନପୁର ଥାନା ଆଇଆଇସି ଭୁବନମୋହନ ସାମନ୍ତରାୟ ।

ପୋଲିସ ନାବାଳିକାଙ୍କୁ ଡାକ୍ତରଖାନା ନେଇ ଡାକ୍ତରୀ ମାଇନା କରାଇଛି। ଘଟଣାର ଅଭିଯୁକ୍ତ ଦ୍ବୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ତେବେ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ପାରିବାରିକ କଳହ ଥିବା ପୋଲିସ କହିଛି।

Comments are closed.