Latest Odisha News

BREAKING NEWS

ଡରାଉଛି ବାତ୍ୟା ମନ୍ଥା; ୨୮ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ସମ୍ପୂର୍ଣ୍ଣ ବାରଣ

ଖୋର୍ଦ୍ଧା: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରିଛି । ସମ୍ଭାବ୍ୟ ବାତ୍ୟା ମନ୍ଥା ପାଇଁ ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ କରାଯାଇଛି ।

ଅକ୍ଟୋବର ୨୬ ଅର୍ଥାତ୍ ଆଜି ଠାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ଡଙ୍ଗା ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ଡଙ୍ଗା ସହ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଯେଉଁମାନେ ଚିଲିକା ଭିତରେ ଅଛନ୍ତି ଆଜି ସୁଧା ଫେରି ଆସିବାକୁ ଅନୁରୋଧ କରାଯାଇଛି । ଡଙ୍ଗା ଓ ମେସିନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି ।

ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ନିଜର ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି । ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ କାଲି ଠାରୁ ୪ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ହୋଇଛି ।

Comments are closed.